ମୁମ୍ବାଇ,୭।୪: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର। ଦଳର ଉଇକେଟ କିପିଙ୍ଗ ପରାମର୍ଶଦାତା କିରଣ ମୋରେ କରୋନା ଭାଇରସ ପଜିଟିଭ ବୋଲି ଜଣାପଡିବା ପରେ ଦଳ ପାଇଁ ଏକ ଖୁସି ଖବର ପ୍ରକାଶ ପାଇଛି। ଭଲ ଖବର ହେଉଛି ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି। ଗତ ବର୍ଷର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ପାଇଁ ଅଭ୍ୟାସରେ ବ୍ୟସ୍ତ ଅଛି। ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୧ର ଓପନିଂ ମ୍ୟାଚ ମୁମ୍ବାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ସହିତ ଶୁକ୍ରବାର ଅର୍ଥାତ୍ ଏପ୍ରିଲ ୯ରେ ଖେଳାଯିବ। ଏହି ଉଦଘାଟନୀ ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ (ଚେପକ) ଷ୍ଟାଡିୟମରେ ଖେଳାଯିବ।
କିରଣ ମୋରେ କରୋନା ଆକ୍ରାନ୍ତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ତାଲିମ ଅଧିବେଶନକୁ ବାତିଲ କରିଦେଇଛି। ଏହା ପରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ୍ ଆସିଛି।