ଆବୁଧାବି, ୨୩।୯: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୧୩ତମ ସିଜନର ୫ମ ମୁକାବିଲାରେ ବୁଧବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଛି। ଅଧିନାୟକତ୍ୱ ଇନିଂସ ଖେଳି ରୋହିତ୍ ଦଳ ପକ୍ଷରୁ ସର୍ବାଧିକ ୮୦ (୫୪ ବଲ, ୩ ଚୌକା, ୬ ଛକା) ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ (୪୭), ସୌରଭ ତିଓ୍ବାରୀ (୨୧), ହାର୍ଦ୍ଦିକ ପାଣ୍ଡ୍ୟା (୧୮) ଓ କିରନ ପୋଲାର୍ଡ (୧୩*) ଉପଯୋଗୀ ବ୍ୟାଟିଂ କରିଥିଲେ। ପ୍ରତିପକ୍ଷ କୋଲକାତା ପକ୍ଷରୁ ଶିଭମ ମାଭି ସର୍ବାଧିକ ୨ଟି ଉଇକେଟ୍ ନେଇଥିଲେ।