ଶାରଜା, ୪।୧୦: ଚଳିତ ଆଇପିଏଲ୍ ରବିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶାରଜା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଓପନର୍ କ୍ୱିଣ୍ଟନ ଡିକକ୍ ସର୍ବାଧିକ ୬୭ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ (୨୭), ଇଶାନ କିଷାନ (୩୧), ହାର୍ଦ୍ଦିକ ପାଣ୍ଡ୍ୟା (୨୮), କିରନ ପୋଲାର୍ଡ (୨୫) ଓ କ୍ରୁନାଲ ପାଣ୍ଡ୍ୟା (୨୦) ଉପଯୋଗୀ ବ୍ୟାଟିଂ କରିଥିଲେ। ସଫଳ ବୋଲର ଭାବେ ହାଇଦ୍ରାବାଦ୍ ପକ୍ଷରୁ ସନ୍ଦୀପ ଶର୍ମା ଓ ସିଦ୍ଦାର୍ଥ କଉଲ ୨ଟି ଲେଖାଏ ଉଇକେଟ୍ ନେଇଥିଲେ।