କାହା ସହିତ ଓପନିଂ କରିବେ ରୋହିତ ?

ମୁମ୍ବାଇ,୨୪।୩: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବର୍ଷ ବର୍ଷ ଧରି ଭିନ୍ନ ଭିନ୍ନ ଓପନିଂ କମ୍ବିନେଶନ ବ୍ୟବହାର କରିଆସୁଛି। ଗତ ସିଜନରେ ରୋହିତ ଶର୍ମାଙ୍କ ସହ ଓପନିଂ କରିଥିଲେ ଦକ୍ଷିଣ ଆଫ୍ରିକୀୟ ଉଇକେଟକିପର କୁଇଣ୍ଟନ ଡି’କକ୍‌। କିନ୍ତୁ ଚଳିତ ବର୍ଷ ଡି’କକ୍‌ ଦଳରେ ନାହାନ୍ତି। ତାଙ୍କ ସ୍ଥାନରେ କିଏ ଓପନିଂ କରିବ? ବୁଧବାର ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ।

“ମୁଁ ଓପନିଂ କରିବି। ଦୀର୍ଘ ଦିନ ହେଲା ଏହା କରୁଥିବାରୁ ମୁଁ ଏଥର ଇଶାନ କିଷନଙ୍କ ସହ ଓପନିଂ କରିବି” ବୋଲି ଏକ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ରୋହିତ କହିଛନ୍ତି। ଆଉ ରୋହିତ-ଇଶାନ ଏକ ଭଲ ଓପନିଂ ଯୋଡ଼ି ବୋଲି ଦଳୀୟ ମୁଖ୍ୟ କୋଚ୍‌ ମହେଳା ଜୟବର୍ଦ୍ଧନେ କହିଛନ୍ତି। ଇଶାନ ପ୍ରାୟତଃ ଜଣେ ମଧ୍ୟକ୍ରମର ବ୍ୟାଟର ଭାବେ ମୁମ୍ବାଇ ପାଇଁ ଖେଳନ୍ତି। ପ୍ରଥମ ପସନ୍ଦ ଓପନର ଆହତ କିମ୍ବା ଉପଲବ୍ଧ ନ ଥିଲେ ସେ ଓପନିଂ କରନ୍ତି।

Share