Categories: ଖେଳ

ଏଲିମିନେଟ୍‌ ହେଲା ଲକ୍ଷ୍ନୌ

ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍‌-୨୦୨୩ର ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନ୍‌ରେ ବିଜୟୀ ହୋଇଛି। ଫଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଏଲିମିନେଟ୍‌ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଆସନ୍ତା ୨୬ ତାରିଖରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ କ୍ୱାଲିଫାୟର-୨ ଖେଳିବ। କ୍ୱାଲିଫାୟର-୨ର ବିଜେତା ରବିବାର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ।

ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୨ ରନ୍‌ କରିଛି ମୁମ୍ବାଇ । ଫଳରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଆଗରେ ୧୮୩ ରନ୍‌ର ବିଜୟ ଟାର୍ଗେଟ ରଖିଥିଲା ମୁମ୍ବାଇ। ଜବାବରେ ଲକ୍ଷ୍ନୌ ଦଳ ଦାୟିତ୍ୱହୀନ ବ୍ୟାଟିଂ କରି ୧୬.୩ ଓଭରରେ ୧୦୧ ରନରେ ଅଲ୍‌ଆଉଟ ହୋଇଯାଇଥିଲା।

Share