Categories: ଜାତୀୟ

ଏକନାଥ ଶିନ୍ଦେ, ଭାଜପାକୁ ଚ୍ୟାଲେଞ୍ଜ କଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୨।୫: ଶିବସେନା(ୟୁଟିବି) ଅଧ୍ୟକ୍ଷ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଉଦ୍ଧବ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ସରକାରର ସହଯୋଗୀ ଦଳ ଭାଜପାକୁ ନିର୍ବାଚନର ସାମ୍ନା କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଜନତାଙ୍କୁ ଅନ୍ତିମ ନିର୍ଣ୍ଣୟ ନେବାକୁ ଦିଅନ୍ତୁ।

ସୂଚନାଯୋଗ୍ୟ, ଉଦ୍ଧବ ମୁମ୍ବାଇରେ ଏକ ପ୍ରେସ କନଫରେନ୍ସ କରିଥିଲେ। ସେ କହିଛନ୍ତି, ଆସନ୍ତୁ ସମସ୍ତ ନୂତନ ନିର୍ବାଚନର ସମ୍ମୁଖୀନ ହେବା ଏବଂ ଲୋକଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଦିଅନ୍ତୁ। ଯେହେତୁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲି, ଏକନାଥ ଶିନ୍ଦେ ମଧ୍ୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ।

Share