Categories: ଜାତୀୟ

ମହାରାଷ୍ଟ୍ରରେ ହେବ କି ଖେଳ! ଶରଦ ପାଓ୍ବାରଙ୍କ ମନରେ ଚାଲିଛି କ’ଣ? ସିଏମ୍‌ ଶିନ୍ଦେଙ୍କୁ ନେଇ…

ମୁମ୍ବାଇ,୬।୯: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସୁପ୍ରିୟା ସୁଲେ ଏନସିପି ଶରଦ ପାୱାର ଦଳର ମୁଖପାତ୍ରଙ୍କ ସହ ମିଳିତ ବୈଠକ କରିଛନ୍ତି। ଏହି ବୈଠକରେ ମୁଖପାତ୍ରଙ୍କୁ ସୁପ୍ରିୟା ସୁଲେ ଦେଇଥିବା ଆଦେଶକୁ ନେଇ ଶରଦ ପାୱାରଙ୍କ ପାର୍ଟି ଏନସିପି ମନରେ କ’ଣ ଅଛି। ଏ ବାବଦରେ ଆଲୋଚନା ଆରମ୍ଭ ହୋଇଛି।

ସୂଚନାନୁସାରେ, ସୁପ୍ରିୟା ସୁଲେ ସରକାରଙ୍କୁ ସମାଲୋଚନା କରୁଥିବାବେଳେ ମୁଖପାତ୍ରମାନଙ୍କୁ କେବଳ ଦେବେନ୍ଦ୍ର ଫଡନ୍‌ଭିସଙ୍କୁ ସମାଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ଲକ୍ଷ୍ୟ କେବଳ ଦେବେନ୍ଦ୍ର ଫଡନ୍‌ଭିସ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସମାଲୋଚନା କରାଯିବା ଉଚିତ ନୁହେଁ। ବୈଠକରେ ସୁପ୍ରିୟା ସୁଲେ କହିଛନ୍ତି ଯେ ମନୋଜ ଜାରେଞ୍ଜ ପାଟିଲଙ୍କୁ କେହି ସମାଲୋଚନା କରିବେ ନାହିଁ, ଆମେ ସଂରକ୍ଷଣ ସପକ୍ଷରେ ଅଛୁ।

ଏଥିସହ ଅଜିତ ପାୱାରଙ୍କ ପ୍ରତି କେହି ସହାନୁଭୂତି ଦେଖାଇବେ ନାହିଁ ବୋଲି ସୁପ୍ରିୟା ସୁଲେ ଏହି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିୟା ସୁଲେଙ୍କ ଏହି ଭୂମିକା ହେତୁ ଶରଦ ପାୱାର-ଏକନାଥ ଶିନ୍ଦେଙ୍କ ନୂତନ ମିଳିତ ମଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି କି? ଏହିପରି ଆଲୋଚନା ହେବାରେ ଲାଗିଛି । ସୁପ୍ରିୟା ସୁଲେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସମାଲୋଚନା ନକରିବାକୁ ନିର୍ଦ୍ଦେଶ ଦେଉଥିବା ବେଳେ ଗତକାଲି ଶରଦ ପାୱାର ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଶରଦ ପାୱାର ମୁଖ୍ୟମନ୍ତ୍ରୀଙ୍କ ଚେହେରା ଉପରେ କହିଛନ୍ତି ଯେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ନିର୍ବାଚନ ପରେ ଆମେ ଏକାଠି ବସି ହେହେରା ସ୍ଥିର କରିବୁ। ମୁଖ୍ୟମନ୍ତ୍ରୀ ପଦ ପାଇଁ କେଉଁ ଦଳର କେଉଁ ଚେହେରା ଚୟନ କରାଯିବ ତାହା ଦେଖିବାକୁ ପଡ଼ିବ। ଏକାଠି ବସିବା ପରେ ହିଁ କୌଣସି ନିଷ୍ପତ୍ତି ନିଆଯିବ ବୋଲି ଶରଦ ପାୱାର ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

 

Share