Categories: ଜାତୀୟ

ଚେୟାରରେ ବସି ଜାତୀୟ ସଙ୍ଗୀତ ଗାଇଲେ ମମତା: ମାମଲା ରୁଜୁ କଲା ଭାଜପା

ମୁମ୍ବାଇ,୨।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଭାଜପା ଜାତୀୟ ସଂଗୀତକୁ ଅପମାନିତ କରିଥିବା ଅଭିଯୋଗ ଆଣିଛି। ଏନେଇ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଛି ଭାଜପା। ମୁମ୍ବାଇ ଗସ୍ତରେ ମମତା ବାନାର୍ଜୀ ଚେୟାରରେ ବସି ଜାତୀୟ ସଙ୍ଗୀତ ଗାନ କରି ଏହାକୁ ଅପମାନିତ କରିଥିବା ଅଭିଯୋଗ ପତ୍ରରେ କୁହାଯାଇଛି। ଏହା ବ୍ୟତୀତ ଅଭିଯୋଗରେ ଦର୍ଶାଯାଇଛି ଯେ, କିଛି ସମୟ ପାଇଁ ଜାତୀୟ ସଂଗୀତ ଗାଇବା ପରେ ମୁଖ୍ୟମନ୍ତ୍ରୀ ହଠାତ୍‌ ଅଟକି ଯାଇଥିଲେ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିଲେ। ଏହି ଗସ୍ତରେ ସେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଥିଲେ। ଏହାସହ ସେ ଶିବସେନା ନେତା ସଞ୍ଜୟ ରାଓ୍ବତ ଏବଂ ଆଦିତ୍ୟ ଠାକରେଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ସେ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ସହ ଭାଜପା ବିରୋଧରେ ଏକଜୁଟ ହୋଇ ଲଢିବାକୁ ଆହ୍ବାନ ଦେଇଥିଲେ।

Share