Categories: ଜାତୀୟ

ମୁମ୍ବାଇ ବୀଭତ୍ସ ହତ୍ୟା ଘଟଣା: ସରସ୍ବତୀଙ୍କୁ ବିବାହ କରିଥିଲେ ଅଭିଯୁକ୍ତ ମନୋଜ

ମୁମ୍ବାଇ, ୯ା୬: ମହାରାଷ୍ଟ୍ର ପୁଣେର ମୀରା ରୋଡ୍‌ସ୍ଥିତ ଗୀତାନଗରରେ ଗୁରୁବାର ଏକ ବୀଭତ୍ସ ହତ୍ୟାକାଣ୍ଡ ସାମନାକୁ ଆସିଥିଲା। ୫୬ ବର୍ଷୀୟ ମନୋଜ ସାନେ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ସରସ୍ବତୀ ବୈଦ୍ୟଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇ କୁକୁରଙ୍କୁ ଖାଇବାକୁ ଦେଇଥିଲେ। ମନୋଜଙ୍କ ଘରୁ ଦୁର୍ଗନ୍ଧ ଆସିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡ଼ିଥିଲା। ୩୨ ବର୍ଷୀୟା ସରସ୍ବତୀ ବୈଦ୍ୟ ଓ ମନୋଜ ସାନେ ଠାଣେ ମୀରା-ଭୟଣ୍ଡର ଅଞ୍ଚଳର ଏକ କୋଠାରେ ୩ ବର୍ଷ ହେଲା ଭଡ଼ାରେ ରହିଆସୁଥିଲେ। ସେମାନେ ଏକ ମନ୍ଦିରରେ ପରସ୍ପରକୁ ବିବାହ କରିଥିଲେ ବୋଲି ପୋଲିସ ଶୁକ୍ରବାର କହିଛି। ସରସ୍ବତୀଙ୍କ ନିଜ ବିବାହ ସମ୍ପର୍କରେ ତାଙ୍କର ୩ ଭଉଣୀଙ୍କୁ କହିଥିଲେ। ତେବେ ବୟସରେ ତାରତମ୍ୟ କାରଣରୁ ସେମାନେ ଉକ୍ତ ବିବାହ ସମ୍ପର୍କରେ ବାହାରେ ପ୍ରକାଶ କରୁ ନ ଥିଲେ ବୋଲି ପୋଲିସ ଅଧିକାରୀ ଜୟନ୍ତ ବାବାଲେ କହିଛନ୍ତି। ମନୋଜ ତାଙ୍କର ମାମୁ ବୋଲି ସରସ୍ବତୀ ବାହାର ଲୋକଙ୍କୁ କହୁଥିଲେ।
ଅନ୍ୟପକ୍ଷରେ ସରସ୍ବରୀ ଜୁନ୍‌ ୩ରେ ବିଷ ପିଇ ଆତ୍ମହତ୍ୟା କରିଥିଲେ ବୋଲି ମନୋଜ ଜେରା ବେଳେ ପୋଲିସକୁ କହିଛନ୍ତି। ଏଥିରେ ମନୋଜ ଡରିଯାଇଥିଲେ। ପୋଲିସ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବ ସେ ଆଶଙ୍କା କରିଥିଲେ। ତେଣୁ ପ୍ରମାଣ ନଷ୍ଟ କରିବା ପାଇଁ ସେ ମୃତଦେହକୁ ଖଣ୍ଡଖଣ୍ଡ କରି କୁକରରେ ସିଝାଇଥିଲେ ବୋଲି ପୋଲିସକୁ କହିଛନ୍ତି। ପୋଲିସ ମନୋଜଙ୍କୁ ଗିରଫ କରି ୧୬ ତାରିଖ ଯାଏ ହାଜତକୁ ନେଇଛି।

Share