ମୁମ୍ବାଇ,୨।୧:ମହାରାଷ୍ଟ୍ରରେ ରବିବାର ୧୧,୮୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କେବଳ ମୁମ୍ବାଇରେ ୮୦୬୩ ମାମଲା ଆସିଛି। ରାଜ୍ୟରେ ଗୋଟିଏ ଦିନରେ ୫୦ ଓମକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି।
ଓମିକ୍ରନ୍ର ବଢୁଥିବା ମାମଲା ମଧ୍ୟରେ ଭାରତରେ ତୃତୀୟ ଲହର ଆରମ୍ଭ ହେବ ବୋଲି କୁହାଯାଉଛି। ଏପରି ପରିସ୍ଥିତିରେ, ଯେକୌଣସି ପ୍ରକାରର ଅସାବଧାନତା ସମସ୍ୟାକୁ ବଢାଇପାରେ।