Categories: ଜାତୀୟ

ମୁମ୍ବାଇରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

ମୁମ୍ବାଇ,୨୭ ।୧୦: ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ଆଗକୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଅନୁମାନ କରିଛି ଗୁଇନ୍ଦା ବିଭାଗ । ଗୁଇନ୍ଦା ବିଭାଗ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଆକ୍ରମଣ ପାଇଁ ଡ୍ରୋନ୍ ଅବା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇ ପାରେ ବୋଲି ଅନୁମାନ କରାଯାଇଛି । ଏହା ଜାଣିବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ଅଲର୍ଟ ଜରି କରାଯାଇଛି । ସମ୍ପୂର୍ଣ୍ଣ ସହରରେ ଡ୍ରୋନ୍ ଓ ଅନ୍ୟ ଉଡାଇ ହେଉଥିବା ବସ୍ତୁ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଦିଆଯାଇଛି କି ଆତଙ୍କବାଦୀମାନେ ଡ୍ରୋନ୍‌, ରିମୋଟରେ ଚାଲୁଥିବା ମାଇକ୍ରୋ ଲାଇଟ୍ ଏୟାରକ୍ରାପ୍ଟ, ଏରିଏଲ ମିଶାଇଲ ଅଥବା ପାରା ଗ୍ଲାଇଡର ମାଧ୍ୟମରେ ଆକ୍ରମଣ କରିପାରନ୍ତି । ଭିଡ ସ୍ଥାନ ଓ ଭିଭିଆଇପିଙ୍କୁ ଏମାନେ ଟାର୍ଗେଟ କରିପାରନ୍ତି । ଏହାଦ୍ୱାରା ଆଇନ ବ୍ୟବସ୍ଥା ଓ ସର୍ବସାଧାରଣ ସମ୍ପତ୍ତି କ୍ଷତି କରିବା ଲକ୍ଷ୍ୟରେ ଏମାନେ ଥାଇପାରନ୍ତି ବୋଲି କୁହାଯାଇଛି । ଏବେ ଏହାକୁ ନେଇ ଯେଉଁ ନିର୍ଦ୍ଦେଶ ଜାରି କରାଯାଇଛି ତାହା ପାଖାପାଖି ଏକମାସ ପର୍ଯ୍ୟନ୍ତ ଲାଗୁ କରାଯାଇପାରେ । ବିଶେଷ ଭାବେ ସମସ୍ତ ଫ୍ଲାଇଙ୍ଗ ଅବଜେକ୍ଟ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି ।

Share