Categories: ଜାତୀୟ

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୋଇନ୍ଦା ଆଲର୍ଟ

ମୁମ୍ବାଇ, ୩୦ା୧୨: ନୂଆବର୍ଷ ପୂର୍ବଦିନ ଖଲିସ୍ତାନୀ ଆତଙ୍କବାଦୀମାନେ ମୁମ୍ବାଇରେ ଆକ୍ରମଣ କରିବାର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସେଠାରେ ହାଇ ଆଲର୍ଟ ଜାରି କରାଯାଇଛି। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହ ୩୧ ତାରିଖ ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି।

ମୁମ୍ବାଇର ସମସ୍ତ ପୋଷ୍ଟରେ ପୋଲିସ ନିୟୋଜିତ ରହିବ ବୋଲି ଜଣାଯାଇଛି। ମୁମ୍ବାଇ ରେଲଓ୍ବେ ପୋଲିସ କମିଶନର କେସର ଖଲିଦ କହିଛନ୍ତି, ଦାଦର, ବାନ୍ଦ୍ରା ଚର୍ଚ୍ଚଗେଟ୍‌, ସିଏସ୍‌ଏମ୍‌ଟି, କୁର୍ଲା ସମେତ ସହରର ପ୍ରମୁଖ ଷ୍ଟେସନରେ ସୁରକ୍ଷା କଡାକଡି କରାଯାଇଛି। ଶୁକ୍ରବାର ୩ ହଜାର ରେଲଓ୍ବେ ପୋଲିସ ବିଭିନ୍ନ ସ୍ଥାନରେ ମୁତୟନ ହେବେ।

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ୧୪୪ ଧାରା ପୂର୍ବରୁ ମୁମ୍ବାଇରେ ଜାରି ହୋଇଛି। ଏଥିସହିତ ନୂଆବର୍ଷ ପାଳନ ଉପଲକ୍ଷେ ସମସ୍ତ ପ୍ରକାର ସେଲିବ୍ରେଶନ କାର୍ଯ୍ୟକ୍ରମ, ଜନସମାଗମ ଉପରେ କଟକଣା ଲାଗିଛି। ହୋଟେଲ, ବାର୍‌, ରେଷ୍ଟୁରାଣ୍ଟ, ରିସୋର୍ଟ, କ୍ଲବ ଏପରିକି ଛାତ ଉପରେ ମଧ୍ୟ ନୂଆବର୍ଷ ପାଳନ କରିବାକୁ ଲୋକଙ୍କୁ ମନା କରାଯାଇଛି।

Share