Categories: ଜାତୀୟ

ବିସ୍ଫୋରଣ ଧମକ ପରେ ମୁମ୍ବାଇରେ ହାଇଆଲର୍ଟ

ମୁମ୍ବାଇ,୩୧ା୧୨: ନୂଆବର୍ଷ ପାଳନ ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯିବ। ଜଣେ ଅଜଣା ବ୍ୟକ୍ତି ଫୋନ୍‌ କରି ଏଭଳି ଧମକ ଦେଇଛନ୍ତି। ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ସହରରେ ହାଇଆଲର୍ଟରେ ଜାରି କରାଯାଇଛି।

ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏଭଳି ଧମକପୂର୍ଣ୍ଣ ଫୋନ୍‌କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହେବ କହି ଫୋନ୍‌ କାଟି ଦେଇଥିଲେ। ଏହା ପରେ ବିଭିନ୍ନ ସ୍ଥାନରେ ତଲାସି କରାଯାଇଥିଲେ ମଧ୍ୟ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ। ଫୋନ୍‌ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ନେଇ ପୋଲିସ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷେ ନୂଆବର୍ଷ ପାଳନ ପାଇଁ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

Share