ଭଦ୍ରକରୁ ୫ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଭଦ୍ରକ,୧ା୭(ସନାତନ ରାଉତ): ଠକେଇ ଅଭିଯୋଗରେ ମୁମ୍ବାଇ ସାଇବର ପୋଲିସ ରବିବାର ଭଦ୍ରକରୁ ୫ ଯୁବକଙ୍କୁ ଗିରଫ କରି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚରମ୍ପା ଏରେଇଁର ପ୍ରମୋଦ କୁମାର ରବୀନ୍ଦ୍ର ବେହେରା(୨୬), କୁଅଁାସର ରାକେଶ କୁମାର ହରିରାମ ଚୌଧୁରୀ(୨୫), ଚରମ୍ପା ବରାଳପୋଖରୀର ଶୁଭେନ୍ଦୁ ନିରାକାର ଦାସ(୩୦), ଭଦ୍ରକ ବ୍ଲକ ମୌଦା ବାସହପୁର ଅଞ୍ଚଳର ଜୟଦୀପ ଅମର କୁମାର ପରିଡ଼ା(୨୪) ଓ ମୌଦା ବାଲିପାଟଣାର ମନୋଜ କୁମାର ଅନାଦି ଚରଣ ରାଉତ(୨୯)। ସମସ୍ତଙ୍କୁ ରିମାଣ୍ଡରେ ମୁମ୍ବାଇ ନିଆଯିବ ବୋଲି ଭଦ୍ରକ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।

ସୂଚନା ଅନୁଯାୟୀ, ସାଇବର ଠକେଇର ଶିକାର ହୋଇଥିବା ମୁମ୍ବାଇ ଅନ୍ଧେରୀ ଅଞ୍ଚଳର ବୀରଦେଶାଇ ରୋଡ୍‌ସ୍ଥିତ ନିଉ ଚନ୍ଦ୍ରା ହାଉସିଂ ସୋସାଇଟିର ୭୩ ବର୍ଷୀୟ ମୋସେସ୍‌ ଭିନ୍‌ସେଣ୍ଟ କାର୍ଡୋଜ୍‌ ବିକେସି ସାଇବର ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଋଣ କରାଇ ଦେବାକୁ କହି ସମସ୍ତ ବ୍ୟାଙ୍କ କାଗଜପତ୍ର ନେବା ପରେ ତାଙ୍କ ଆକାଉଣ୍ଟ ହ୍ୟାକ୍‌ କରି ପ୍ରାୟ ୫୬ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ସେ ଦର୍ଶାଇଥିଲେ। ସେହି ଟଙ୍କାକୁ ଅଭିଯୁକ୍ତମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ଜଣାପଡ଼ିଛି।

ସାଇବର ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲାର ତଦନ୍ତଭାର ନେଇଥିବା ସାଇବର ଥାନା ଇନ୍ସପେକ୍ଟର ସବିତା ସିନ୍ଦେ ଓ ଏଏସ୍‌ଆଇ ପୁନମ୍‌ ଯାଦବଙ୍କ ସହ ୫ଜଣିଆ ଟିମ୍‌ ଭଦ୍ରକରେ ପହଞ୍ଚତ୍ ସ୍ଥାନୀୟ ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ଜଣଙ୍କୁ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ପୁରୁଷୋତ୍ତମପୁର,୫।୭(ସିମାଞ୍ଚଳ ମିଶ୍ର) ସର୍ବଭାରତୀୟ ସ୍ତରରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଡିଏସ୍‌(ଇଣ୍ଡିଆନ ମିଲିଟାରୀ ପରୀକ୍ଷା)ରେ ଗଞ୍ଜାମ ଜିଲା ପୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥ ସାହିର ସ୍ବନ୍ଦନଦାଶ...

୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା...

ସୁରେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ, ଚାଲିକି ଯାଇ…

ଭୁବନେଶ୍ୱର,୫।୭: କାକଟପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ସୁରେନ୍ଦ୍ରନାଥ ନାୟକଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ...

ଲାଞ୍ଚ ନେଉଥିବାବେଳେ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା,୫।୭(ପ୍ରଭାତ ପାଣିଗ୍ରାହୀ): ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶେଶ୍ୱର ରାଏ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ...

ବବି ଦାସଙ୍କ ନାମରେ ଏତଲା

ଭୁବନେଶ୍ୱର,୪ା୭: ବିଜେଡି ସଂଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମରେ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ବବି ଅନୁମତି ନ ନେଇ...

ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଲେ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର,୫।୭: ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଛନ୍ତି। ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଏବଂ ପୌର ନିର୍ଦ୍ଦେଶକ...

ପିଲାଙ୍କ ପାଇଁ ଆସିଲା ଖୁସିଖବର: ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କେବେଠୁ ହେବ ଲାଗୁ

ଭୁବନେଶ୍ୱର,୫।୭: ସ୍କୁଲ ପିଲାଙ୍କ ପାଇଁ ଆସିଲା ଖୁସିଖବର। ଏଣିକି ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ । ଅପହଞ୍ଚ ଅଞ୍ଚଳରେ...

ସଇଁତଳାରେ ବ୍ୟାପିଲା ଡେଙ୍ଗୁ: ୧୮ ଆକ୍ରାନ୍ତ ଚିହ୍ନଟ

ସଇଁତଳା,୫।୭: ବଲାଙ୍ଗୀର ଜିଲା ସଇଁତଳା ସହରରେ ଦିନକୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସହରରେ ମୋଟ ୧୮ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri