ସଲମାନଙ୍କ ହତ୍ୟା ଷଡଯନ୍ତ୍ର କରିଥିବା ଶାର୍ପ ସୁଟର ଗିରଫ, ବେଶ ବଦଳାଇ ହୋଟେଲରେ ଲୁଚିଥିଲେ

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରର ନାଭି ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ଫାର୍ମ ହାଉସର ରେକି କରିଥିବା ଶୁଟରଙ୍କୁ ଗିରଫ କରିଛି। ହରିୟାଣାର ପାନିପତରୁ ଶୁଟର ସୁକ୍‌ଖାଙ୍କୁ ପୋଲିସ ଧରିଛି। ମୁମ୍ବାଇ ଅଣାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତେବେ ସେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସ ଜାଣିବାକୁ ପାଇଛି।

ପୋଲିସ କହିଛି, ସୁକ୍‌ଖାଙ୍କୁ ଗିରଫ କରିବା ଲାଗି ପୋଲିସ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାନିପତରେ ପହଞ୍ଚିଥିଲା। ସେଠାର ଅଭିନନ୍ଦନ ହୋଟେଲର ରୁମ୍‌ ନଂ ୧୦୪ରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ନିଜର ବେଶ ବଦଳାଇ ସେଠାରେ ଲୁଚିଥିଲେ। ସେ ପାନିପତର ରେରକଲା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ତେବେ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କୁ ସଲମାନଙ୍କ ଘରେ ଗୁଳିଚଳାଇବା ଦାୟିତ୍ୱ ଦେଇଥିଲା। ତାଙ୍କ ଦଳର କିଛି ସଦସ୍ୟ ଗିରଫ ହୋଇଥିଲେ ହେଁ ସୁକ୍‌ଖା ଫେରାର ଥିଲେ। ଏବେ ବାବା ସିଦ୍ଧକିଙ୍କ ହତ୍ୟାର ଯାଞ୍ଚ କରୁଥିବା ବେଳେ ପୋଲିସକୁ ବଡ଼ ସଫଳତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ହତ୍ୟା ପାଇଁ ଏତିକି ଟଙ୍କା ଦିଆଯାଇଥିଲା ସୁପାରୀ; ପାକିସ୍ତାନରୁ ଆସିଥିଲା ବନ୍ଧୁକ

ନୂଆଦିଲ୍ଲୀ,୧୭ା୧୦: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ କିଲରଙ୍କୁ ୨୫ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା। ସଲମାନଙ୍କ ଫାର୍ମ ହାଉସରେ ତାଙ୍କୁ...

ପରିସ୍ରାରେ ଅଟା ଚକଟି ଖୁଆଉଥିଲେ ଚାକରାଣୀ, ଗିରଫ ପରେ ଯାହା କହିଲେ ପୋଲିସ ହେଲା ଚକିତ…

ଗାଜିଆବାଦ,୧୭।୧୦: ଅଟାରେ ପରିସ୍ରା ଗୋଳାଇ କରୁଥିଲେ ରୁଟି । ଯେଉଁ ଘରେ କାମ କରୁଥିଲେ, ସେହି ଘର ଲୋକଙ୍କୁ ଖୁଆଉଥିଲେ। ଗାଜିଆବାଦର ଏହି ଘଟଣା ଚର୍ଚ୍ଚାର...

ହାସିନାଙ୍କ ମୁଣ୍ଡରେ ଗିରଫ ତଲଓ୍ବାର! ନଭେମ୍ବର ୧୮ରେ କୋର୍ଟରେ ହାଜର ନିର୍ଦ୍ଦେଶ

ଢାକା,୧୬।୧୦: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା...

ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼...

ଟ୍ରେନ୍‌ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା କମାଇଲା ରେଲୱେ, ଜାଣନ୍ତୁ କେତେଦିନ ଆଗରୁ କରିପାରିବେ

ନୂଆଦିଲ୍ଲୀ,୧୭ା୧୦: ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କରାଯାଇଛି। ଆଗରୁ ୪ ମାସ ପୂର୍ବରୁ ବୁକିଂ କରି ହେଉଥିବା...

ଜଣେ ସାମ୍ବାଦିକାଙ୍କୁ ଡେଟ୍‌ କରୁଛନ୍ତି ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା! ଶପଥ ସମାରୋହର ଭାଇରାଲ ଫଟୋକୁ ନେଇ ବଢିଲା ଚର୍ଚ୍ଚା

ଶ୍ରୀନଗର,୧୭।୧୦: ଜମ୍ମୁ କଶ୍ମୀରରେ ସରକାର ଗଠନ ହୋଇଛି। ଏନସି ର ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ଶପଥ ସମାରୋହରେ ଇଣ୍ଡିଆ ମେଣ୍ଟର...

ହରିୟାଣାରେ ସାଇନି ସରକାର, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଚଣ୍ଡିଗଡ଼,୧୭ା୧୦: ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ନାଏବ ସିଂ ସାଇନି। ସେ ଆଜି କ୍ରମାଗତ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ଗୁଆଘିଅରେ ମହାପ୍ରସାଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହାସୁଆର ସେବାୟତ ନିଯୋଗ

ପୁରୀ,୧୭ା୧୦: ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁଆର ମହାସୁଆର ସେବାୟତ ନିଯୋଗ। ଓମ୍‌ଫେଡ୍‌ ପରିବର୍ତ୍ତେ ଶୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri