Categories: ଜାତୀୟ

ଆଗାମୀ ୧୦ମିନିଟ୍‌ ଭିତରେ ଓ୍ବେଷ୍ଟ କୁର୍ଲାରେ ହେବ ବ୍ଲାଷ୍ଟ

ମୁମ୍ବାଇ,୧।୩: ଗତ କିଛି ଦିନରୁ ଆସୁଥିବା ଅଜ୍ଞାତ ଫୋନ୍‌ କଲ୍‌ ମୁମ୍ବାଇ ପୋଲିସର ନିଦ ହଜାଇ ଦେଇଛି। କିଛି ଏଭଳି ଘଟଣା ଘଟିଛି ମଙ୍ଗଳବାର ରାତିରେ। ପ୍ରାୟ ରାତି୧୧ଟାରେ ଜଣେ ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଓ୍ବେଷ୍ଟ କୁର୍ଲାରେ ବୋମା ବିସ୍ଫୋରଣ ହେବାକୁ ଯାଉଛି ବୋଲି କହିଥିଲେ। ସୂଚନା ମୁତାବକ, କଲ୍‌ କରିଥିବା ବ୍ୟକ୍ତି କହିଥିଲେ, ଆସନ୍ତା ୧୦ ମିନିଟରେ କୁର୍ଲାରେ ବିସ୍ଫୋରଣ ଘଟିବ ଏବଂ ଏହା କହିବା ପରେ ସେ ଫୋନ୍‌କଲ୍‌ କାଟିଦେଇଥିଲେ। କୁର୍ଲା ଅତ୍ୟଧିକ ଜନବହୁଳ ଅଞ୍ଚଳ ହୋଇଥିବାରୁ ପୋଲିସ ସମୟ ନଷ୍ଟ ନ କରି ତଦନ୍ତ ପାଇଁ ଏକ ଟିମ୍‌ ନିୟୋଜିତ କରିଥିଲା। ଘଣ୍ଟା ଘଣ୍ଟା ଯାଞ୍ଚ ପରେ ମଧ୍ୟ ପୋଲିସ ସେଠାରୁ କୌଣସି ସନ୍ଦେହଜନକ ଜିନିଷ ପାଇ ନ ଥିଲା। ଏହି ମାମଲାରେ ମିଥ୍ୟା ତଥ୍ୟ ଦେଇଥିବାରୁ ପୋଲିସ କଲ୍‌ରଙ୍କୁ ଖୋଜୁଛି। ସୂତ୍ରରୁ ଜଣାପଡ଼ିଛି ଯେ, ପୋଲିସକୁ ଯେଉଁ ନମ୍ବରରୁ କଲ୍‌ ଆସିଥିଲା ପରେ ତାହା ବନ୍ଦ ଥିବା ଜଣାପଡ଼ିଛି।

Share