ମୁମ୍ବାଇ,୧।୧୧: ବଲିଉଡର ଦବଙ୍ଗ ଖାନ ସଲମାନ ଖାନଙ୍କୁ ଦୀର୍ଘ ଦିନ ହେବ ଧମକ ଦିଆଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଓ୍ବାଇ + ବର୍ଗର ସୁରକ୍ଷା ଦିଆଯାଇଛି। ସଲମାନଙ୍କ ବ୍ୟତୀତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସ୍ତ୍ରୀ ଅମୃତାଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ମହାରାଷ୍ଟ୍ର ସରକାର ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଏକ୍ସ ବର୍ଗର ସୁରକ୍ଷା ଦେଇଛନ୍ତି। ନିକଟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଲମାନଙ୍କୁ ପୁଣି ଥରେ ଧମକ ଦିଆଯାଇଥିଲା।