ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ : ମୋଦି

ପାଟନା,୧।୮-ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହଯୋଗ କରୁ ନ ଥିବା ଶନିବାର ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି। ଏ ନେଇ ସୁଶୀଲ ଟୁଇଟ କରି ଜଣାଇଛନ୍ତି। ସୁଶୀଲ ଟୁଇଟରେ ଉଲ୍ଲେଖ କରିଛନ୍ତି, ସୁଶାନ୍ତ ଆତ୍ମହତ୍ୟା ମାମଲାରେ ବିହାର ପୋଲିସର ତଦନ୍ତରେ ମୁମ୍ବାଇ ପୋଲିସ ବାଧା ସୃଷ୍ଟିକରୁଛି। ଫଳରେ ତଦନ୍ତ ଆଗେଇ ପାରୁନାହିଁ। ସିବିଆଇ ଏହି ମାମଲାର ତଦନ୍ତ କରୁ ବୋଲି ସେ ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଗତକାଲି ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ପ୍ରଥମଥର ଲାଗି ଏକ ଭିଡିଓ ଜାରି କରିଥିଲେ। ଭିଡିଓରେ ଭଗବାନ ଓ ନ୍ୟାୟପାଳିକା ଉପରେ ମୋର ବିଶ୍ବାସ ଅଛି। ମୋତେ ନ୍ୟାୟ ନିଶ୍ଚୟ ମିଳିବ। ସତ୍ୟମେବ ଜୟତେ, ସତ୍ୟର ନିଶ୍ଚୟ ବିଜୟ ହେବ ବୋଲି ସେ କହିଥିଲେ।

Share