Categories: ଜାତୀୟ

ଗଣେଶ ମୂର୍ତ୍ତି ବିସର୍ଜନ ପୂର୍ବରୁ ମୁମ୍ବାଇ ପୋଲିସର ହାଇ ଆଲର୍ଟ, ସମ୍ପୂର୍ଣ୍ଣ ସହରରେ କଡା ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ,୧୯ ।୯: ଗଣେଶ ଉତ୍ସବର ଶେଷ ଦିନ ରବିବାର ମୁମ୍ବାଇରେ ମୂର୍ତ୍ତି ବିର୍ସନ କରାଯିବ । ବିସର୍ଜନ ପୂର୍ବରୁ ମୁମ୍ବାଇ ପୋଲିସ ସମ୍ପୂର୍ଣ୍ଣ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଏହା ପୂର୍ବରୁ ମୁମ୍ବାଇ ପୋଲିସ ହାଇ ଆଲର୍ଟରେ ରହିଛି । ନିକଟରେ ମୁମ୍ବାଇରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ମହାନଗରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏହାର ସୂଚନା ମୁମ୍ବାଇ ପୋଲିସର ଅଧିକାରୀ ଦେଇଛନ୍ତି । ସୂଚନାଯୋଗ୍ୟ, ଗଣେଶ ଚତୁର୍ଥୀଠାରୁ ଦଶ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ପୂଜା ରବିବାର ଶେଷ ହେଉଛି । ରବିବାର ମୂର୍ତ୍ତି ବିସର୍ଜନ କରାଯିବ । କରୋନା ମହାମାରୀ କାରଣରୁ ଏଥର ବି ମୁମ୍ବାଇର ପ୍ରସିଦ୍ଧ ଗଣେଶ ପୂଜା ନିରାଡମ୍ବର ଭାବେ ପାଳନ କରାଯାଇଛି । ଏବେ ଏହାର ବିସର୍ଜନ ସମୟରେ ବି କରୋନା କଟକଣା ଲାଗୁ କରାଯାଇଛି ।

Share