Categories: ଜାତୀୟ

ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ମିଳିଲା ବୋମା ଧମକ

ମୁମ୍ବାଇ,୭।୧୦: ମୁମ୍ବାଇ ପୋଲିସକୁ ଗୁରୁବାର ଏକ ମେଲ ପଠାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି। ଏହା ହେଉଛି ସେହି ଷ୍ଟାଡିୟମ, ଯେଉଁଠାରେ ଅଧିକାଂଶ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ ସେଠାରେ ଆୟୋଜିତ ହୋଇଛ। ଏହି ଧମକପୂର୍ଣ୍ଣ ମେଲରେ ସରକାରଙ୍କଠାରୁ ୫୦୦ କୋଟି ଟଙ୍କା ଏବଂ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ମୁକ୍ତ କରିବାକୁ ମଧ୍ୟ ଦାବି କରାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ଏହି ଘଟଣା ଘଟାଇବା ପାଇଁ ଲୋକଙ୍କୁ ପଠାଯାଇଛି।

ଏନଆଇଏକୁ ପଠାଯାଇଥିବା ମେଲରେ କୁହାଯାଇଛି, ଯଦି ସରକାର ଆମକୁ ୫୦୦ କୋଟି ଟଙ୍କା ଦେବାରେ ଏବଂ ଲରେନ୍ସ ବିଷ୍ଣୋଇଙ୍କୁ ମୁକ୍ତ କରିବାରେ ଅସମର୍ଥ, ତେବେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମାରେ ଉଡାଇଦେବୁ। ତୁମେ ଯେତେ ସୁରକ୍ଷିତ ହେଲେ ବି ଆମଠାରୁ ସୁରକ୍ଷିତ ହୋଇପାରିବ ନାହିଁ ।

Share