Categories: ଜାତୀୟ

ମୁମ୍ବାଇ ପୋଲିସକୁ ମିଳିଲା ଆତଙ୍କବାଦୀ ଆକ୍ରମଣ ଧମକ

ମୁମ୍ବାଇ,୧୩।୭: ପାକିସ୍ତାନ ଛାଡିବା ପରେ ଭାରତ ଆସିଥିବା ସୀମା ଗୁଲାମ ହାଇଦରଙ୍କୁ ନେଇ ମୁମ୍ବାଇ ପୋଲିସକୁ ଧମକ ଦିଆଯାଇଛି। ମୁମ୍ବାଇ ପୋଲିସ ଗୁରୁବାର କହିଛି ଯେ ବୁଧବାର କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଯେଉଁଥିରେ ଫୋନ କରିଥିବା ବ୍ୟକ୍ତି ପୋଲିସକୁ ଧମକ ଦେଇଥିଲେ ଯେ ଯଦି ପାକିସ୍ତାନୀ ନାଗରିକ ସୀମା ପାକିତାନ ନ ଫେରନ୍ତି ତେବେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ପଳି ଆକ୍ରମଣ ପାଇଁ ପ୍ରସ୍ତୁତ ରୁହନ୍ତୁ।
ମୁମ୍ବାଇ ପୋଲିସ ଏବଂ କ୍ରାଇମ ବ୍ରାଞ୍ଚ ଏବେ ଏହାର ଯାଞ୍ଚ କରୁଛନ୍ତି। ଅନଲାଇନ ଗେମିଂ ସମୟରେ ୟୁପିର ନୋଏଡା ନିବାସୀ ସଚିନ ମୀନାଙ୍କ ସହ ପାକିସ୍ତାନୀ ମହିଳା ସୀମା ପ୍ରେମରେ ପଡିଥିଲେ। ଏହା ପରେ ସୀମା ପାକିସ୍ତାନରୁ ପଳାଇ ନେପାଳ ଦେଇ ଭାରତ ଆସିଥିଲେ। ଏବେ ଆଉ ସେ ପାକିସ୍ତାନ ଯିବାକୁ ଚାହୁଁ ନାହାନ୍ତି।

Share