Categories: ଜାତୀୟ

ସରକାର ବିରୋଧୀ ଗୀତ ଗାଇବା ରାପରଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ,୯ା୪: ସରକାର ବିରୋଧୀ ଗୀତ ଗାଇଥିବା ଜଣେ ମରାଠୀ ରାପର ଉମେଶ ଖାଡ଼େଙ୍କ ନାମରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ରାପର ଉମେଶ ଅଶ୍ଳୀଳ ଓ ଅପମାନଜନକ ଗୀତ ଗାଇଥିଲେ। ଏହାଦ୍ୱରା ରାଜନେତା, କୃଷକ ଏବଂ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ପୋଲିସ କହିଛି। କ୍ରାଇମ୍‌ ବ୍ରାଞ୍ଚ୍‌ର ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ଓ୍ବାଡାଲା ଥାନାରେ ଏକ ମାମଲା ରୁଜୁ ହୋଇଛି। ରାପରଙ୍କର ୨.୫୫ ମିନିଟ୍‌ର ଗୀତ ‘ଜନତା ଭୋଙ୍ଗଲି କେଲି’ରେ ସାଧାରଣ ଲୋକଙ୍କୁ ଭକୁଆ ବନାଇବା ପାଇଁ କିପରି ରାଜନୈତିକ ନାଟକବାଜି ଚାଲିଛି ତାହା ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ଦରଦାମ୍‌ ବୃଦ୍ଧି, ଧର୍ମ ସହ ନେତାଙ୍କ ଖେଳ ଏବଂ ସାଧାରଣ ଲୋକଙ୍କ ଆବଶ୍ୟକତା ଓ ସଂଘର୍ଷ ଗୀତରେ ସ୍ଥାନ ପାଇଛି। ଏଥିପାଇଁ ରାପରଙ୍କ ବିରୋଧରେ ଆଇପିସିର ଧାରା ୫୦୪(ଆଇ), ୫୦୫ ଏବଂ ସିଆର୍‌ପିସିର ଧାରା ୪୧ଏ’ରେ ମାମଲା ରୁଜୁ ହୋଇଛି।

Share