କରୋନା ମହାମାରୀକୁ ଦୂରେଇବା ପାଇଁ ମୁମ୍ବାଇ ପୋଲିସର ମଜାଦାର ପୋଷ୍ଟ

ମୁମ୍ବାଇ,୧୨ ।୩: କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟର ପୋଲିସଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପୋଲିସ ଲୋକଙ୍କୁ ସଚେତନ କରୁଛି । ମୁମ୍ବାଇ ପୋଲିସର ଇନଷ୍ଟାଗ୍ରାମ ଏକାଉଣ୍ଟ ଏଥିପାଇଁ ଖୁବ୍ ଚର୍ଚ୍ଚାରେ । ଏବେ ପୁଣିଥରେ ମୁମ୍ବାଇ ପୋଲିସ ଦ୍ୱାରା ଇନଷ୍ଟାଗ୍ରାମରେ ଏମିତି ଏକ ପୋଷ୍ଟ କରାଯାଇଛି ଯାହା ଭାଇରାଲ ହେବାରେ ଲାଗିଛି । ଉକ୍ତ ପୋଷ୍ଟରେ ପିଜା, ବିରିୟାନି, ଚକୋଲେଟ୍ ଶେୟାର କରି ପୋଲିସ ପ୍ରେମୀ ଯୁଗଳଙ୍କ ତୁଳନା କରିଛି । କିଛି ଫଟୋକୁ କୋଲାଜ କରାଯାଇ ଗୋଟିଏ ଫଟୋ ତିଆରି କରାଯାଇଛି ଯେଉଁଥିରେ ମାସ୍କ ପିନ୍ଧିଥିବାର ଏକ ଫଟୋ ବି ରହିଛି । ଏହି ଫଟୋ ଶେୟାର କରାଯାଇ ଲେଖାଯାଇଛି ପିଜା ସହ ପାଇନ ଆପଲ୍ ହୁଏତ ଠିକ୍ ଲାଗିପାରେ କିନ୍ତୁ ଦାଢିରେ ମାସ୍କ ପିନ୍ଧିବାର ଯେଉଁ କମ୍ବିନେଶନ ତାହା ଆଦୌ ଠିକ୍ ଲାଗୁନାହିଁ । କାରଣ ଉକ୍ତ ଫଟୋରେ ଜଣେ ବ୍ୟକ୍ତି ମୁହଁରେ ନୁହେଁ ଦାଢିରେ ମାସ୍କ ପିନ୍ଧିଥିବା ଦେଖାଯାଇଛି । ମୁମ୍ବାଇ ପୋଲିସର ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଏବେ ପୁଣିଥରେ କରୋନା ମାହାମାରୀ ଫେରିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଯାହା ଉଭୟ ରାଜ୍ୟ ସରକାର ଓ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

Share