Categories: ଜାତୀୟ

ମୁମ୍ବାଇ ପୋଲିସକୁ ୟୁଜରଙ୍କ ପ୍ରଶ୍ନ-ମୋ ନାଁ ସନି, ମୁଁ ବାହାରକୁ ଯାଇପାରିବି କି?

ମୁମ୍ବାଇ, ୨୫।୫: ମଜାଳିଆ ପୋଷ୍ଟ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେବାରେ ମୁମ୍ବାଇ ପୋଲିସର କେହି ସମକକ୍ଷ ହୋଇପାରିବେ ନାହିଁ। ନିକଟରେ ଜଣେ ୟୁଜର ଟୁଇଟରରେ ମୁମ୍ବାଇ ପୋଲିସକୁ ଟ୍ୟାଗ କରି ଏକ ପ୍ରଶ୍ନ କରିଥିଲେ। ମୋ ନାଁ ସନି। ମୁଁ ବାହାରକୁ ଯାଇପାରିବି କି ? ଖୁବ୍‌ ମଜାଳିଆ ଅନ୍ଦାଜ ଏହାର ଉତ୍ତର ଦେଇଛି ମୁମ୍ବାଇ ପୋଲିସ।

”ସାର ଯଦି ଆପଣ ଆମ ସୋଲାର ସିଷ୍ଟମର କେନ୍ଦ୍ର, ଯାହାର ଚାରି ପାଖେ ପୃଥବୀ ଓ ଅନ୍ୟ ଗ୍ରହମାନେ ବୁଲନ୍ତି, ତାହେଲେ ଆମେ ଆଶା କରୁଛୁ ଆପଣ ନିଜ ଦାୟିତ୍ୱ ବୁଝିପାରୁଥିବେ। ଭାଇରସ ସାମ୍ନାକୁ ଯାଇ ଆପଣଙ୍କ ଦାୟିତ୍ୱ ସହ ସାଲିସ କରନ୍ତୁ ନାହିଁ। ନିରପତ୍ତାର ସୂର୍ଯ୍ୟକିରଣ ହୁଅନ୍ତୁ“ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ ଟୁଇଟ୍‌ କରାଯାଇଛି। ଏଭଳି ମଜାଳିଆ ଟୁଇଟ୍‌ ଯୋଗୁ ମୁମ୍ବାଇ ପୋଲିସକୁ ବହୁ ୟୁଜର୍ସ ପ୍ରଶଂସା କରୁଛନ୍ତି।

Share