Categories: ଜାତୀୟ

‘ପ୍ରଥମ ବର୍ଷାରେ ବସ୍ତ୍ର ହରଣ’, ସାମନାରେ ଶିନ୍ଦେ-ଫଡନବିଶଙ୍କୁ ଟାର୍ଗେଟ

ମୁମ୍ବାଇ,୨୭।୬: ପ୍ରଥମ ମୌସୁମୀ ବର୍ଷାରେ ଜଳମଗ୍ନ ହୋଇଛି ମାୟାନଗରି ମୁମ୍ବାଇ। ଲୋକଙ୍କୁ ସହରର ବିଭିନ୍ନ ସ୍ଥାନରେ ଓ୍ବାଟର ଲଗିଙ୍ଗର ସାମ୍ନା କରିବାକୁ ପଡିଛି। ଏ ସମ୍ପର୍କରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାମାନା ସମ୍ପାଦକୀୟ ମାଧ୍ୟମରେ ଶିନ୍ଦେ-ଫଡନବିଶ ସରକାରକୁ ଟାର୍ଗେଟ କରିଛନ୍ତି। ସମ୍ପାଦକୀୟରେ ଲେଖାଯାଇଛି ଯେ ପ୍ରଥମ ବର୍ଷାରେ ଶିନ୍ଦେ-ଫଡନବିଶ ସରକାରଙ୍କ ଦାବି ଧୋଇ ଯାଇଛି। କହିଛନ୍ତି ଯେ ୭୦ମିଲିମିଟର ବର୍ଷା ସବୁ ଖୋଲି ଦେଇଛି। ସରକାର ଲଜ୍ଜା କରିବା ଦରକାର।
ସାମାନାରେ ଲେଖାଯାଇଛି ଯେ ବର୍ଷା ଆସିବା ହେତୁ ଚାଷୀମାନେ ଆରାମ ପାଇଥାନ୍ତି କିନ୍ତୁ ମୁମ୍ବାଇର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଶନିବାର ଅର୍ଥାତ୍‌ ଜୁନ ୨୪ରେ ପ୍ରଥମ ବର୍ଷା ମୁମ୍ବାଇର ହୃଦୟକୁ ଥରାଇ ଦେଇଥିଲା । ଶିନ୍ଦେ-ଫଡନବିଶ ସରକାର ଦାବି କରିଥିଲେ ଯେ ଏଥର ଓ୍ବାଟର ଲଗିଙ୍ଗ ହେବ ନାହିଁ ଏବଂ ମୁମ୍ବାଇବାସୀ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ, କିନ୍ତୁ ଶନିବାର ଦିନ ଏହି କଥା ପାଣିର ଗାର ଭଳି ଧୋଇ ଯାଇଛି। ମୁମ୍ବାଇର ଲୋକଙ୍କ ମନରେ ପ୍ରଶ୍ନ ଆସିଛି ଯଦି ୭୦ ମିଲିମିଟର ବର୍ଷାରେ ମୁମ୍ବାଇର ଅବସ୍‌ତା ଏମିତି ତେବେ ୨-୩ ମାସ ବର୍ଷା ହେଲେ ଆମର ଅବସ୍ଥା କ’ଣ ହେବ।
ଏଥିରେ ଅଭିଯୋଗ ହୋଇଛି ଯେ ମୁମ୍ବାଇର ଲୋକଙ୍କୁ ଆଶ୍ୱାସନା ଦେବା ପରିବର୍ତ୍ତେ ସରକାର ସେମାନଙ୍କୁ ପଚରାଉଚରା କରୁଛନ୍ତି। ସମ୍ପାଦକୀୟରେ ଏହା ଲେଖାଯାଇଛି ଯେ ଜଳ ନିଷ୍କାସନରେ ପୀଡିତ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ କ’ଣ ହେଲା ଅଭିଯୋଗ କର, ବର୍ଷାକୁ ସ୍ବାଗତ କର’, ଏହା ଲୋକଙ୍କ କ୍ଷତ ଉପରେ ଲୁଣ ଦେଲାଭଳି କଥା ହୋଇଛି ବୋଲି ସାମନାରେ ଉଲ୍ଲେଖ କରାଯାଇଛି।

Share