Categories: ଜାତୀୟ

ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ: ୪ ମୃତ

ନୂଆଦିଲ୍ଲୀ,୩୧।୭: ଜୟପୁର ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳି କାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ମହାରାଷ୍ଟ୍ରର ପାଲଘରରୁ ଆସିଛି। ଗୁଳିକାଣ୍ଡ ଆରପିଏଫ ଯବାନଙ୍କ ଦ୍ୱାରା କରାଯାଇଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଆରପିଏଫର ଏଏସଆଇ ସମେତ ମୋଟ ଚାରି ଜଣ ଥିଲେ। ଅଭିଯୁକ୍ତ ଆରପିଏଫ ଯବାନଙ୍କୁ ଗିରଫ କରାଯାଇଛି। ଗୁଳିକାଣ୍ଡ ସମୟରେ ଟ୍ରେନ୍‌ଟି ଗୁଜରାଟରୁ ମୁମ୍ବାଇ ଯାଉଥିଲା।
ସୂଚନାଯୋଗ୍ୟ, ଜୟପୁର ମୁମ୍ବାଇ ଏକ୍ସପ୍ରେସ ପାଲଘର ପାର ହେବାପରେ ଆରପିଏଫ ଯବାନ ଗୁଳି ଚଳାଇଥିଲେ। ଏବଂ ଟ୍ରେନଟି ଦହିସର ଷ୍ଟେଶନ ନିକଟରେ ପହଞ୍ଚିବା ମାତ୍ରେ ଅଭିଯୁକ୍ତ ଟ୍ରେନରୁ ଡେଇଁ ପଳାଇ ଯାଇଥିଲେ। ତେବେ ପରେ ମୁମ୍ବାଇର ଜିଆରପି ଅସ୍ତ୍ର ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପଶ୍ଚିମ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share