Categories: ଫୁରସତ

ଏଥର ବର୍ଷାର ମଜା ଉଠାଇବେ ମୁମ୍ବାଇବାସୀ

ମୁମ୍ବାଇ: ମୁମ୍ବାଇକୁ ମାୟାନଗରୀ କୁହାଯାଏ। ଏଥିସହ ଏହି ସହର ଚାକଚକ୍ୟ ସହର ଭାବେ ଜଣାଶୁଣା। ହେଲେ ଏଠାରେ ବର୍ଷା ହେଲେ ସହର ପାଣିରେ ବୁଡ଼ିଯାଏ। କିନ୍ତୁ ଏବେ ମୁମ୍ବାଇ ସହରବାସୀ ବର୍ଷାର ମଜା ଉଠାଇପାରିବେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ) ନିକଟରେ ଏକ ଫଟୋ ଶେୟାର କରିଛି; ଯେଉଁଥିରେ କିଛି ଗାଡ଼ିର କଳ୍ପନା କରାଯାଇଛି। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଆଇ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଫଟୋରେ ବହୁ ଲୋକ ଏକ ଗାଡ଼ିରେ ବସିଛନ୍ତି। ଗାଡ଼ିଟି କାଚରେ କଭର ହେବା ସହ ତାହା ବୋଟ ପରି ହୋଇଛି। ଫଳରେ ପାଣି ଭିତରେ ପଶିପାରିବନି। ଲୋକେ ସେଥିରେ ବସିକରି ଆରାମରେ ଯାଇପାରିବେ। ଆଉ କିଛି ଫଟୋରେ ଏକ ଅଟୋ, କେ ବାଇକ୍‌, ଯାହା ଏକ ବେଲୁନ ଭିତରେ ରହିଛି। ଫଳରେ ସେ ଆରାମରେ ବର୍ଷାରେ ପାଣି ଉପରେ ଚାଲିପାରୁଛି। ଏଆଇ ମାଧ୍ୟମରେ ଏକ ବଡ଼ ବସ୍‌ର ମଧ୍ୟ କଳ୍ପନା କରାଯାଇଛି। ଏହି ସମସ୍ତ ଗାଡ଼ି ପାଣିରେ ଆରାମରେ ଚାଲିପାରିବ। ଏପରି ଯାନବାହନ ସାହାଯ୍ୟରେ ଲୋକେ ସେହି ପାଗର ମଜା ଉଠାଇପାରିବେ। ସୋସିଆଲ ମିଡିଆରେ ଏପରି କିଛି ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକେ ପସନ୍ଦ କରିଛନ୍ତି। ଏପରି ଗାଡ଼ି ସତରେ ଥିଲେ ଲୋକେ ତାହାର ମଜା ଉଠାଇପାରନ୍ତେ ବୋଲି ଅନେକେ କମେଣ୍ଟରେ କହିଛନ୍ତି।

Share