Categories: ଜାତୀୟ

ଶିବସେନା କାର୍ଯ୍ୟାଳୟ-ମାତୋଶ୍ରୀରେ ବଢ଼ିଲା ସୁରକ୍ଷା: ଉଦ୍ଧବଙ୍କୁ ଭେଟିଲେ ପୋଲିସ କମିଶନର

ମୁମ୍ବାଇ,୨୪।୬: ଶିବସେନାରେ ଚାଲିଥିବା ବିଦ୍ରୋହକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି। ଇତିମଧ୍ୟରେ ମୁମ୍ବାଇ ପୋଲିସ କମିଶନର ଗୁରୁବାର ଦଳୀୟ କାର୍ଯ୍ୟାଳୟ ଶିବସେନା ଭବନ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିଜ ବାସଭବନ ମାତୋଶ୍ରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟପଟେ ଶୁକ୍ରବାର ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଆଇନ ବ୍ୟବସ୍ଥା ସ୍ଥିତି ଉପରେ ଚର୍ଚ୍ଚା କରିବା ପାଇଁ ମାତୋଶ୍ରୀରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ୩୭ଜଣ ବିଧାୟକ ଦଳର ନେତୃତ୍ୱ ବିରୋଧରେ ବିଦ୍ରୋହ କରିବା ପରେ ମୁମ୍ବାଇରେ ଶିବସେନା ସମର୍ଥକଙ୍କ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଫଳରେ ଉକ୍ତ ଅଞ୍ଚଳରେ କୌଣସି ଅପ୍ରିତିକରି ପରିସ୍ଥିତି ନଉପୁଜିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ସୂଚନଯୋଗ୍ୟ,ବାନ୍ଦ୍ରାସ୍ଥିତ ମାତୋଶ୍ରୀ ଏବଂ ଦାଦରରେ ଶିବସେନା ଭବନ ବ୍ୟତୀତ, ରାଜଭବନ ସମେତ ମନ୍ତ୍ରଣାଳୟ (ରାଜ୍ୟ ସରକାରଙ୍କ ପ୍ରଶାସନିକ ମୁଖ୍ୟାଳୟ) ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବୃଦ୍ଧି କରାଯାଇଛି।

Share