ଭେଣ୍ଟିଲେଟରରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମିର, ପାକିସ୍ତାନରେ ଦିଆଯାଇଛି ବିଷ!

ନୂଆଦିଲ୍ଲୀ,୫।୧୨: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମିର ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଲଶ୍କର-ଏ-ତୋଏବାର ଏହି ଆତଙ୍କବାଦୀଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି। ସେ ସେଠାର ଏକ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଅଛନ୍ତି। ତେବେ କୋଟ ଲାଖପତ ଜେଲରେ ବନ୍ଦୀ ଥିବା ମିରଙ୍କୁ ହଠାତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗଣମାଧ୍ୟମରେ ରିପୋର୍ଟରେ ପ୍ରକାଶ ପାଇଛି।

ଜୁନ ୨୦୨୨ରୁ ଜେଲରେ ରହିଆସୁଥିଲେ ମିର। ଏବେ ତାଙ୍କୁ ଜେଲରେ ବିଷ ଦିଆଯିବା ଘଟଣା ସାମ୍ନାକୁ ଆସିବା ପରେ ଅନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏହା ପଛରେ ପାକିସ୍ତାନୀ ସେନାର ଷଡଯନ୍ତ୍ର ଥିବା ମଧ୍ୟ ଚର୍ଚ୍ଚା ହେଉଛି।

ପ୍ରକାଶ ଯେ, ମିରଙ୍କୁ ଲଶ୍କର ମୁଖ୍ୟ ହାଫିଜ ମହମ୍ମଦ ସଇଦଙ୍କ ପାଖ ଲୋକ ବୋଲି କୁହାଯାଏ। ମିର ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ୮ ବର୍ଷର ଜେଲଦଣ୍ଡ ଭୋଗୁଛନ୍ତି। ବିଶ୍ୱସ୍ତରରେ ଚାପ ବୃଦ୍ଧି ପାଇବା ପରେ ପାକିସ୍ତାନ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

Share