ଶୀଘ୍ର ଭାରତ ଫେରିପାରନ୍ତି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୮: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ହୁସେନ ରାଣାଙ୍କୁ ଖୁବଶୀଘ୍ର ଭାରତ ଫେରାଇ ଅଣାଯିବାର ସମ୍ଭାନା ରହିଛି। ଆମେରିକାର ଅଦାଲତ ପାକିସ୍ତାନ ମୂଳ ବାସିନ୍ଦା ଏହି କାନାଡିଆ ବିଜନେସ ମ୍ୟାନଙ୍କ ଅପିଲକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ ସେ ଆମେରିକାର ସରକାରଙ୍କୁ ଭାରତ ନ ଯିବାକୁ ଗୁହାରି କରିଥିଲେ।

ଆମେରିକୀୟ କୋର୍ଟ ତାଙ୍କୁ କୌଣସି ଆଶ୍ୱସ୍ତି ଦେବାକୁ ମନା କରିବା ପରେ ଆମେରିକାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତାଙ୍କୁ ଭାରତ ଆଣିବାକୁ ଅନୁମତି ନେଉଥିବା ଜଣାପଡିଛି। ଭାରତରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଷଡଯନ୍ତ୍ର କରିଥିବା ସେ ଜଣେ ଆଗଧାଡିର ଅଭିଯୁକ୍ତ। ତେବେ ତାହବ୍ବୁର ଏହି ଆଦେଶ ବିରୋଧରେ ଅପିଲ କରିଛନ୍ତି। ଏହି ଆବେଦନରେ ସେ ତାଙ୍କ ଆବେଦନକୁ ଅନ୍ୟ କୋର୍ଟରେ ଶୁଣାଣି ନହେବା ପର୍ଯ୍ୟନ୍ତ ସେ ଭାରତକୁ ପ୍ରତ୍ୟର୍ପଣ ପାଇଁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି।
ଆମେରିକା ସରକାରଙ୍କ ଡେପୁଟି ସ୍ପୋକ୍ସ ପର୍ସନ ବେଦାନ୍ତ ପଟେଲ କହିଛନ୍ତି ଯେ ଏହା ଆମ ପାଇଁ ବିଚାରାଧୀନ ବିଷୟ। ସେ କହିଛନ୍ତି, ‘ଆମେରିକା ସରକାର ସମଗ୍ର ବିଶ୍ୱରେ ଆତଙ୍କବାଦ ବିରୋଧରେ। ଭାରତରେ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆମେ ନିନ୍ଦା କରୁଛୁ। ଏହା ହୋଇ ନ ଥାନ୍ତା। ଆତଙ୍କବାଦ ଅପରାଧୀଙ୍କ ବିରୋଧରେ ଆମେରିକା ସର୍ବଦା ରହିଆସିଛି। ଆମେ ଚାହୁଁ ଯେ ଆତଙ୍କବାଦ ବିରୋଧରେ ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଉ।

Share