Categories: ଫୁରସତ

କରୋନା ସହ ଲଢ଼େଇରେ ହାରିଗଲେ ମୁମ୍ବାଇ ଆକ୍ରମଣରେ ଲୋକଙ୍କ ଜୀବନ ବଞ୍ଚାଇଥିବା ଏହି ଅଫିସର

୨୦୦୮ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ହିରୋ ପାଲଟିଥିଲେ ଏସ୍‌ଆଇ ଆଜମ ପଟେଲ। ଆତଙ୍କବାଦୀମାନଙ୍କଠାରୁ ଲୋକମାନଙ୍କୁ ବଞ୍ଚାଇବା ଲଢ଼େଇ ସେ ଜିତିଯାଇଥିଲେ ହେଁ କରୋନା ଲଢ଼େଇରେ ହାରି ଯାଇଛନ୍ତି ଏହି ଅଧିକାରୀ।

କରୋନାରେ ଆକ୍ରାନ୍ତ ହେବା ଯୋଗୁ ୫୦ ବର୍ଷୀୟ ପୋଲିସ ଅଫିସର ଆଜମଙ୍କ ମୃତ୍ୟୁ ଘଟିଛି। ବୁଧବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଏସ୍‌ଆଇଟିରେ କାର୍ଯ୍ୟରତ ଥିଲେ। ଡ୍ୟୁଟି ସମୟରେ ସେ ସଂକ୍ରମିତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ।

୨୦୦୮ ନଭେମ୍ବର ୨୬ରେ ଅଜମଲ କସାବ ଏବଂ ତାଙ୍କ ସାଥୀ ଆତଙ୍କବାଦୀ ବମ୍ବେରେ ତାଣ୍ଡବ ରଚାଇଥିଲେ। ଏହି ସମୟରେ ଆଜମଙ୍କ ଡ୍ୟୁଟି ମେଟ୍ରୋ ସିନେମା ନିକଟରେ ଥିଲା। ସେ ବନ୍ଧୁକ ଫୁଟିବା ଶବ୍ଦ ଶୁଣିବା ପରେ ସମସ୍ତଙ୍କୁ ସତର୍କ କରାଇଥିଲେ। ଶୋଇପଡ଼ି ଜୀବନ ବଞ୍ଚାଅ ବୋଲି କହିଥିଲେ। ଫଳରେ ଲୋକମାନେ ବଞ୍ଚିଯାଇଥିଲେ।

Share