‘ବାବା ସିଦ୍ଧକିଙ୍କଠାରୁ ଖରାପ ହେବ ଅବସ୍ଥା’; ପୁଣି ଭାଇଜାନଙ୍କୁ ଧମକ ମିଳିବା ପରେ ଚିନ୍ତାରେ ପରିବାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ। ମୁମ୍ବାଇ ପୋଲିସକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଏକ ବାର୍ତ୍ତା ମିଳିଛି। ଯେଉଁଥିରେ ଅଭିନେତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି। ଏପରିକି ଶତ୍ରୁତାକୁ ଶେଷ କରିବାକୁ ୫ କୋଟି ଟଙ୍କା ଦାବି କରାଯାଇଛି। ଯଦି ସେ ଏହି ଟଙ୍କା ନ ଦିଅନ୍ତି ତେବେ ଅଭିନେତାଙ୍କ ଅବସ୍ଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଧକିଙ୍କଠାରୁ ମଧ୍ୟ ଖରାପ ହେବ ବୋଲି ଚେତାବନୀରେ କୁହାଯାଇଛି।

ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ମିଳିଥିବା ହ୍ବାଟ୍ସଆପ୍‌ ବାର୍ତ୍ତାରେ କୁହାଯାଇଛି, ଏହାକୁ ହାଲୁକାରେ ନିଅନ୍ତୁ ନାହିଁ। ଯଦି ସଲମାନଙ୍କୁ ଜୀବିତ ଦେଖିବାକୁ ଚାହଁ ଏବଂ ବିଶ୍ନୋଇଙ୍କ ସହ ଶତ୍ରୁତା ଶେଷ କରିବାକୁ ଚାହଁ ତେବେ ୫ କୋଟି ଟଙ୍କା ଦିଅ। ଯଦି ଟଙ୍କା ନ ଦିଅ ତେବେ ତାଙ୍କ ଅବସ୍ଥା ବାବା ସିଦ୍ଧକିଙ୍କଠାରୁ ଖରାପ ହେବ।

ତେବେ ଏହା ବାସ୍ତବିତ ଗ୍ୟାଙ୍ଗ ପକ୍ଷରୁ ଆସିଛି କି ନାହିଁ ତାହା ଜଣାପଡ଼ି ନ ଥିଲେ ହେଁ ମୁମ୍ବାଇ ପୋଲିସ ଯାଞ୍ଚ ଆରମ୍ଭ କରିଛି। ଅଭିନେତାଙ୍କ ଘର ଆଗରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ପରିବାରଲୋକେ ଚିନ୍ତାରେ ଅଛନ୍ତି।

Share