Categories: ଜାତୀୟ

ଟେମ୍ପୋରେ ମହିଳାଙ୍କୁ ବଳାତ୍କାର, ଯୌନାଙ୍ଗରେ ପୁରାଇ ଦେଲେ ଲୁହା ରଡ୍‌

ମୁମ୍ବାଇ,୧୦।୯: ଟେମ୍ପୋ ଭିତରେ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ସହ ଅକଥନିୟ ନିର୍ଯାତନା ଦିଆଯାଇଛି। ଏପରି କି ଅଭିଯୁକ୍ତ ପୀଡ଼ିତାଙ୍କ ଯୌନାଙ୍ଗରେ ଲୁହା ରଡ୍‌ ପୁରାଇ ଦେଇଥିଲେ। ଏଭଳି ଘଟଣା ଘଟିଛି ମୁମ୍ବାଇର ସାକିନାକା ଅଞ୍ଚଳରେ। ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଘଟଣାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମୋହନ ଚୌହ୍ବାନଙ୍କୁ ଗିରଫ କରାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

ନାକାସାକିର ଖାଇରାନି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟେମ୍ପୋରେ ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ଶୁକ୍ରବାର ସକାଳେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ ଆସିଥିଲା। ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା ପୋଲିସ ଟିମ୍‌। ପୀଡ଼ିତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ପ୍ରାଥମିକ ତଦନ୍ତରୁ ବଳାତ୍କାର କରିବା ପରେ ପୀଡ଼ିତାଙ୍କ ଯୌନାଙ୍ଗରେ ଅଭିଯୁକ୍ତ ଲୁହା ରଡ୍‌ ପୁରାଇ ଦେଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଚୌହାନଙ୍କୁ ଆଇପିସି ଦଫା ୩୦୭ (ହତ୍ୟା ଉଦ୍ୟମ) ଓ ୩୭୬ (ବଳାତ୍କାର)ରେ ଗିରଫ କରାଯାଇଛି।

Share