Categories: ଜାତୀୟ

ବିଚ୍‌ ରାସ୍ତାରେ ଟ୍ରାଫିକ ପୋଲିସଙ୍କୁ ନିର୍ଧୁମ ଛେଚିଲେ ମହିଳା: ଭିଡିଓ ଭାଇରାଲ

ମୁମ୍ବାଇ, ୨୪।୧୦- ଜଣେ ଟ୍ରାଫିକ ପୋଲିସଙ୍କୁ ନିର୍ଧୁମ ମାଡ ମାରିଛନ୍ତି ମହିଳା। ବିଚ୍‌ ରାସ୍ତା ଉପରେ ମହିଳା ଜଣକ ଟ୍ରାଫିକ ପୋଲିସଙ୍କ କାଲର ଧରି ମାଡ ମାରିଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ମାମଲାରେ ପୋଲିସ ମାଡ ମାରିଥିବା ମହିଳା ସାଗରିକା ତିୱାରୀ ଓ ତାଙ୍କ ପୁରୁଷ ସହଯୋଗୀ ମୋହସିନ ଶେଖଙ୍କୁ ଗିରଫ କରିଛି।
ଅଭିଯୋଗ ମୁତାବକ, ସାଗରିକା ଓ ତାଙ୍କର ୩୨ ବର୍ଷୀୟ ବନ୍ଧୁ ମୋହସିନ ଶେଖ ବାଇକରେ ଯାଉଥିଲେ। ମୋହସିନ ବିନା ହେଲମେଟରେ ଗାଡି ଚଳାଉଥିବାରୁ ଟ୍ରାଫିକ ପୋଲିସ ଏକନାଥ ଜରିମାନା ଆଦାୟ କରିଥିଲେ। ଏହାପରେ ମୋହସିନ ଓ ସାଗରିକା ଏକନାଥଙ୍କ ସହ କଥା ଯୁକ୍ତିତର୍କ କରିଥିଲେ। ପରେ ଉତ୍ତ୍ୟକ୍ତ ହୋଇ ସାଗରିକା ଏକନାଥଙ୍କୁ ମାଡ ମାରିଥିଲେ। ମୁମ୍ବାଇର କାଲବା ଦେବୀ ସ୍ଥିତ ସୁରତି ହୋଟେଲ ନିକଟରେ ଏହି ଘଟଣା ଘଟିଥିଲା।

Share