ମୁନାଓ୍ବର ଫାରୁକିଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା

ମୁମ୍ବାଇ: ରିଏଲିଟି ଶୋ ‘ବିଗବସ୍‌-୧୭’ର ବିଜେତା ମୁନାଓ୍ବର ଫାରୁକି ଦ୍ୱିତୀୟ ଥର ପାଇଁ ବିବାହ କରିଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୧୦ରୁ ୧୨ ଦିନ ତଳେ ଏହି ଷ୍ଟାଣ୍ଡଅପ୍‌ ହାସ୍ୟ ଅଭିନେତା, ମେକ୍‌ଅପ୍‌ ଆର୍ଟିଷ୍ଟ ମେହଜ୍‌ବୀନ କୋଟଓ୍ବାଲାଙ୍କ ସହ ମୁମ୍ବାଇରେ ନିଜର ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଗୁପ୍ତ ଭାବେ ବିବାହ କରିଛନ୍ତି। ସେହିପରି ରବିବାର ଉଭୟେ ନିଜର ବନ୍ଧୁ ଓ ସପରିଜନଙ୍କୁ ମୁମ୍ବାଇର ଆଇଟିସି ମରାଠା ହୋଟେଲରେ ରିସେପ୍ସନ ଦେଇଥିବା ଏହି ରିପୋର୍ଟରେ କୁହାଯାଇଛି। କିଛିଦିନ ତଳେ ମୁନାଓ୍ବରଙ୍କ ଏକ ଫ୍ୟାନ୍‌ ଆକାଉଣ୍ଟରୁ ଏକ ବିବାହ ନିମନ୍ତ୍ରଣ କାର୍ଡ ପୋଷ୍ଟ କରାଯାଇଥିଲା। ଏହି ବିବାହ ନିମନ୍ତ୍ରଣ କାର୍ଡ ମୁନାଓ୍ବରଙ୍କ ହୋଇଥିବା ଉକ୍ତ ପୋଷ୍ଟରେ ଦାବି କରାଯାଇଥିଲା। ଏହାପରଠାରୁ ସୋସିଆଲ ମିଡିଆରେ ମୁନାଓ୍ବରଙ୍କ ଦ୍ୱିତୀୟ ବିବାହ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ଏବେସୁଦ୍ଧା ମୁନାଓ୍ବର କିମ୍ବା ମେହଜବୀନଙ୍କ ତରଫରୁ ବିବାହକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ବିବାହର କୌଣସି ଫଟୋ କିମ୍ବା ଭିଡିଓ ମଧ୍ୟ ଏହି ଯୋଡ଼ି ବର୍ତ୍ତମାନ ସୁଦ୍ଧା ପୋଷ୍ଟ କରିନାହାନ୍ତି। ସୂଚନାଯୋଗ୍ୟ, ମୁନାଓ୍ବର ପୂର୍ବରୁ ୨୦୧୭ରେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ସମ୍ପର୍କ ଖରାପ ହେବାରୁ ସେ ୨୦୨୦ରେ ନିଜ ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହୋଇଥିଲେ। ଅନ୍ୟପକ୍ଷରେ, ମେହଜ୍‌ବୀନଙ୍କର ମଧ୍ୟ ଗୋଟିଏ ୧୦ ବର୍ଷର ଝିଅ ଥିବା ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗଦ୍ଦେବଙ୍କ ବିସ୍ଫୋରକ ବୟାନ, ନବୀନଙ୍କୁ ହଟାଇବାକୁ…ରାଜନୀତିରେ ଚହଳ

ଭୁବନେଶ୍ୱର,୧୬।୪: ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏପରିକି ଦଳକୁ ନେଇ ଖୋଦ୍‌ ବିଜେଡି ନେତା ମଧ୍ୟ ବିଭିନ୍ନ ବୟାନବାଜି କରୁଛନ୍ତି। ଏଥିସହ ଦଳ...

ଜଷ୍ଟିସ୍‌ ବି.ଆର୍‌. ଗଭାଇ କିଏ? ଯିଏ ହେବେ ଭାରତର ପରବର୍ତ୍ତୀ CJI 

ନୂଆଦିଲ୍ଲୀ,୧୬।୪:  ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ବି.ଆର୍‌. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଜଷ୍ଟିସ...

ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ...

ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ...

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

Tariff War:ଚାଇନା ଉପରେ ୨୪୫% ଟାରିଫ୍‌ ଲଗାଇବାକୁ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଓ୍ବାର୍‌ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image