ବାବା ସିଦ୍ଧକିଙ୍କ ପରେ ଏବେ ବିଶ୍ନୋଇ ଗ୍ୟାଙ୍ଗ ଟାର୍ଗେଟରେ ମୁନାଓ୍ବର ଫାରୁକି

ବମ୍ବେ: ପୁଣି ଚର୍ଚ୍ଚାରେ ରିଆଲିଟି ଶୋ’ ବିଗ୍‌ ବସ୍‌ ୧୭ ବିଜେତା ମୁନାଓ୍ବର ଫାରୁକି। ଏଥର କିନ୍ତୁ ବିଷୟ ବ୍ୟକ୍ତିଗତ କିମ୍ବା କର୍ମ ଜୀବନକୁ ନେଇ ନୁହେଁ ବରଂ ଗାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କୁ ନେଇ। ବାବା ସିଦ୍ଧକିଙ୍କ ପରେ ମୁନାଓ୍ବର ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଷ୍ଟାଣ୍ଡଅପ୍‌ କମେଡିଆନ ମୁନାଓ୍ବରଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଏମିତିରେ ପୋଲିସ ପକ୍ଷରୁ ତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅନେକ ଥର ମୁନାଓ୍ବର ନିଜ ଶୋ’ ଜରିଆରେ ହିନ୍ଦୁତ୍ୱର ବିଚାରଧାରାକୁ ଆଘାତ ପହଞ୍ଚାଇଛନ୍ତି। ଏହାକୁ ନେଇ ଗ୍ୟାଙ୍ଗଷ୍ଟର ରାଗରେ ନିଆଁବାଣ ହୋଇଯାଇଥିବା କୁହାଯାଉଛି।

କହିରଖୁଛୁ ଯେ, କିଛିଦିନ ପୂର୍ବେ ରାଜନେତା ବାବା ସିଦ୍ଧକିଙ୍କ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ବିଶ୍ନୋଇ ଗ୍ୟାଙ୍ଗ ରହିଥିବା ସ୍ପଷ୍ଟ ହୋଇଛି। ଏବେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଉପରେ ମଧ୍ୟ ବିପଦ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ସହ ନିର୍ବନ୍ଧ ରୋକିବାକୁ ଚାହୁଁଥିଲେ ଐଶ୍ୱର୍ଯ୍ୟା! ହେଲା ବଡ଼ ଖୁଲାସା…

ବମ୍ବେ: ଗତ କିଛିଦିନ ଧରି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ପରସ୍ପରଠାରୁ ଅଲଗା...

ସୁପରଷ୍ଟାର ସଲମାନଙ୍କ ପଛରେ କାହିଁକି ପଡ଼ିଛି ବିଶ୍ନୋଇ ଗ୍ୟାଙ୍ଗ? ପୁରା ଘଟଣାକ୍ରମକୁ ଜାଣନ୍ତୁ…

ବମ୍ବେ: ଜଣେ ବଲିଉଡ୍‌ ସୁପରଷ୍ଟାର ତ ଅନ୍ୟଜଣେ ଅଣ୍ଡରଓ୍ବାଲ୍ଡର ବଡ଼ ଗ୍ୟାଙ୍ଗଷ୍ଟର। ଫିଲ୍ମ କାହାଣୀ ହୋଇଥିଲେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥାନ୍ତା, ହିରୋ ଜିତି ହୋଇଥାନ୍ତା ହାପି...

‘ଦୋ ପତ୍ତି’ ଟ୍ରେଲର ଆଉଟ

ମୁମ୍ବାଇ: ଅଭିନେତ୍ରୀ କାଜୋଲ, କ୍ରିତି ସାନନ୍‌ ଓ ଅଭିନେତା ଶାହିର ଶେଖ୍‌ଙ୍କ ଅଭିନୀତ ‘ଦୋ ପତ୍ତି’ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ୨ ମିନିଟ ୩୬ ସେକେଣ୍ଡ...

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତା

ଜଣାଶୁଣା ଅଭିନେତା ଅତୁଲ ପାରଚୁରେଙ୍କ ୫୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କ୍ୟାନସର୍‌ରେ ପୀଡିତ ଥିଲେ। ସେ ‘ଦି କପିଲ ଶର୍ମା ଶୋ’ ସମେତ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର କନଫର୍ମ! ବଡ଼ ସଙ୍କେତ ଦେଲେ ଅମିତାଭ ବଚ୍ଚନ, ଯାହାକୁ ନେଇ…

ମୁମ୍ବାଇ: ଦୀର୍ଘ ଦିନ ଧରି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ ଉଭୟ ଅଲଗା ହେବାକୁ...

EMIରେ ଘର, ନିଜ ବ୍ୟାଙ୍କ ବାଲାନ୍ସକୁ ନେଇ ଖୋଲାଖୋଲି କହିଲେ ଅଭିନେତା ରାଜକୁମାର

ମୁମ୍ବାଇ: ବଲିଉଡ ତାରକା ରାଜକୁମାର ରାଓଙ୍କ ନୂଆ ଚଳଚ୍ଚିତ୍ର ’ବିକି ବିଦ୍ୟା କା ୱୋ ଓ୍ବାଲା ଭିଡିଓ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି ବକ୍ସ...

ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଭିଷେକ ବଚ୍ଚନ! ଜାଣିବା ପରେ ଐଶ୍ୱର୍ଯ୍ୟା…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ବିଷୟରେ ଗୁଜବ ବଢିବାରେ ଲାଗିଛି। ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଲଗା ଅଲଗା ଦେଖିବାକୁ ମିଳୁଛନ୍ତି। ଫଳରେ...

ଫାତିମାଙ୍କ ସହ ରୋମାନ୍ସ କରିବେ ଆର୍‌. ମାଧବନ୍‌

ମୁମ୍ବାଇ: ଖୁବଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି ଆର୍‌.ମାଧବନ୍‌ ଏବଂ ଫାତିମା ସାନା ଶେଖ। ଧର୍ମାଟିକ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଏକ ଫିଲ୍ମରେ ଦୁହେଁ ରୋମାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri