ଏହି ମିଷ୍ଟ୍ରି ଗର୍ଲଙ୍କ ପ୍ରେମରେ ମୁନାଓ୍ବାର ଫାରୁକି

ବମ୍ବେ: ଲକ୍‌ ଅପ୍‌ ଶୋ’ ଜିତିବା ପରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମୁନାଓ୍ବାର ଫାରୁକି। ପ୍ରଥମେ ଶୋ’ର ସଫଳତାକୁ ନେଇ ଦିଆଯାଇଥିବା ପାର୍ଟିରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ସହ ସେ ନଜର ଆସିଥିଲେ। ଏବେ ସେ ନାଜିଲା ସିତାଶୀ ବୋଲି ଜଣାପଡ଼ିଛି। ମୁନାଓ୍ବାର ପ୍ରଥମେ ତାଙ୍କ ସହ ଏକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏବେ ନାଜିଲାଙ୍କ ଜନ୍ମଦିନରେ ମୁନାଓ୍ବାର ବେଶ ରୋମାଣ୍ଟିକ ହୋଇଥିବା ଦେଖାଯାଇଛି।

ପ୍ରେମିକା ନାଜିଲାଙ୍କ ଜନ୍ମଦିନରେ ମୁନାଓ୍ବାର କେକ୍‌, ଫୁଲ ସାଙ୍ଗକୁ ସ୍ବାଦିଷ୍ଟ ବ୍ୟଞ୍ଜନ ଆଣିଥିଲେ। ଏହାକୁ ନେଇ ଅନେକ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ନାଜିଲା କେକ୍‌ ସହ ପୋଜ୍‌ ଦେଇଥିବା ବେଳେ ଦ୍ୱିତୀୟରେ ଫୁଲ ତୋଡା ସହ ପୋଜ ଦେଇଛନ୍ତି। ଏହାପରେ ମୁନାଓ୍ବାରଙ୍କ ସହ ସେ ଦୁଇଟି ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଏଥିରୁ ଉଭୟ ନିଜର ସମ୍ପର୍କକୁ ଖୋଲାଖୋଲି ସ୍ବୀକାର କରିଥିବା କୁହାଯାଉଛି।

Share