ଭିଡିଓ ଶେୟାର କରି ସୋସିଆଲ ମିଡିଆ ଛାଡିଲେ ମୁନାୱର ଫାରୁକି

ମୁମ୍ବାଇ,୪ ।୧୦: ଷ୍ଟାଣ୍ଡଅପ୍ କମେଡି ଦୁନିଆରେ ମୁନାୱର ଫାରୁକିଙ୍କ ନାମ ବେଶ ଜଣାଶୁଣା । ତାଙ୍କର ନିଆରା ଅନ୍ଦାଜରେ ସେ ଲୋକଙ୍କୁ ଖୁବ୍ ହସାଇଥାଆନ୍ତି । କଙ୍ଗନା ରାନାୱତଙ୍କ ଟେଲିଭିଜନ ରିୟଲିଟି ଶୋ’ ‘ଲକ ଅପ୍‌’ରେ ସେ ନଜର ଆସିବା ପରେ ମୁନାୱରଙ୍କ ଫ୍ୟାନ ଫଲୋଇଂ ସଂଖ୍ୟା ବେଶ ବଢିଯାଇଥିଲା । କିଛିଦିନ ହେବ ମୁନାୱର କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ଏଥର ସେ ସୋସିଆଲ ମିଡିଆ ଛାଡିଥିବା ଖବରକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ ।
ମୁନାୱର ଫାରୁକି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସବୁବେଳେ ସେ କିଛି ନା କିଛି ଶେୟାର କରିବା ସହ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାଆନ୍ତି । ତାଙ୍କ ପ୍ରଶଂସକ ବି ଫାରୁକିଙ୍କ ପୋଷ୍ଟକୁ ଯେମିତି ଅପେକ୍ଷା ରଖିଥାଆନ୍ତି । ଏବେ କମେଡିଆନ ଏକ ଭିଡିଓ ଶେୟାର କରି ସୋସିଆଲ ମିଡିଆ ଛାଡିଥିବା କହିଛନ୍ତି ।
ସୂଚନାଯୋଗ୍ୟ, ୨ ଅକ୍ଟୋବରରେ ମୁନାୱର ଫାରୁକି ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ସାମନ୍ୟ ଇମୋଶନାଲ ଦେଖାଯାଉଛନ୍ତି । ଉକ୍ତ ଭିଡିଓରେ ସେ କହିଛନ୍ତି, ‘ହାୟ ବନ୍ଧୁମାନେ ମୁଁ ସୋସିଆଲ ମିଡିଆ ଛାଡୁଛି । ହେଲେ କେତେ ସମୟ ପାଇଁ ତାହା ଜଣାନାହିଁ । କିଛି ପର୍ସନାଲ ସମସ୍ୟା ଆଉ କିଛି ଅବୁଝା, ଯାହା ଆଗାମୀ ଭିଡିଓରେ ରହିଛି ତାହା ଟିମ ନିକଟରେ ଅଛି । ସେମାନେ ପ୍ରସ୍ତୁତ କରି ଅପଲୋଡ କରିଦେବେ । ମୁଁ ଫାଇନାଲ କଟ ବି ଦେଖିନାହିଁ । ହେଲେ ଆପଣଙ୍କୁ ଭିଡିଓ ପସନ୍ଦ ଆସିବ ନିଜର ଯତ୍ନ ନିଅନ୍ତୁ ।’

Share