ମାତ୍ର ୩୫୦୦ ଟଙ୍କା ପାଇଁ ଆତ୍ମହତ୍ୟା କରିଥିଲେ ମୁନାଓ୍ବାରଙ୍କ ମା’, କଷ୍ଟରେ ବିତିଥିଲା ପିଲାଦିନ

ବମ୍ବେ: ବିଗ୍‌ବସ୍‌ ଯିବା ପରଠାରୁ ଚର୍ଚ୍ଚାରେ କମେଡିଆନ୍‌ ତଥା ପ୍ରତିଯୋଗୀ ମୁନାଓ୍ବାର। ସେ ନିଜର କବିତା, ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣୁଛନ୍ତି। ସେ ଫାଇନାଲରେ ପ୍ରବେଶ କରିବା ନିଶ୍ଚିତ ବୋଲି କୁହାଯାଉଛି। ଏମିତିରେ ମୁନାଓ୍ବାରଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ଲାଗି ଉତ୍କଣ୍ଠା ବଢ଼ିଛି।

କମେଡିଆନ ନିଜେ ଏନେଇ ମୁହଁ ଖୋଲିଛନ୍ତି। ପିଲାଦିନେ ଗରିବ ପରିବାରରେ ତାଙ୍କର ଲାଳନପୋଷଣ ହୋଇଛି। ଗୋଟିଏ ଓଳି ରୁଟି ଏବଂ ସାଲାଡ୍‌ ହେଉଥିବା ବେଳେ ଆର ଓଳି ଭାତ ଏବଂ ସାଲାଡ ହୋଇଥାଏ। ଏମିତିରେ ସେ କେବେହେଲେ ଆଉ କିଛି ଖାଇବା ଦେଖି ନ ଥିବା ମୁନାଓ୍ବାର କହିଛନ୍ତି।

ସେହିଭଳି କମେଡିଆନଙ୍କ ମା’ ଆତ୍ମହତ୍ୟା କରିନେଇଥିଲେ। ଏନେଇ ମୁନାଓ୍ବାର କହିଛନ୍ତି ଯେ, ‘ଏଭଳି ଚରମ ନିଷ୍ପତ୍ତି ନେବା ପଛରେ ବହୁତ କାରଣ ଥିଲା। ପ୍ରଥମଟି ଯେ ସେ ବିବାହକୁ ନେଇ ଖୁସି ନ ଥିଲେ। ଦ୍ୱିତୀୟଟି ଯେ ମୋ ବାପା ଋଣରେ ବୁଡ଼ିଥିଲେ। ମା’ ମଧ୍ୟ ୩୫୦୦ ଟଙ୍କା ଋଣ କରିଥିଲେ। ଏହି ଟଙ୍କା ଲାଗି ସେ ଆତ୍ମହତ୍ୟା କରିଥିଲେ। ଏହାପରେ ସେ ପାଠପଢ଼ା ଛାଡ଼ି କାମ କରିଥିଲେ। ସେତେବେଳେ ସେ ୧୩ ବର୍ଷର ଥିଲେ। ନିଜ ପରିଶ୍ରମ ବଳରେ ସେ ନିଜର ପରିଚୟ ତିଆରି କରିଥିଲେ। ବର୍ତ୍ତମାନ ସେ ଲୋକପ୍ରିୟ ସେଲିବ୍ରିଟିରୁ ଜଣେ ବୋଲି କମେଡିଆନ କହିଛନ୍ତି।’

Share