ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ମୁନ୍ନଓ୍ବର ରାଣାଙ୍କ ଘର ଆଗରେ ବଢିଲା ସୁରକ୍ଷା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣନା ଚାଲିଛି। ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଡି ହିଟ ହୋଇଛି। ପ୍ରାରମ୍ଭିକ ଭାବେ ଭାଜପା ୨୫୦ଟି ଆସନ ଅତିକ୍ରମ କରିଛି, ଅର୍ଥାତ ଭାଜପା କୁହୁକ ନମ୍ବର ୨୦୨ରୁ ଅଧିକ ସଂଖ୍ୟାକୁ ଅତିକ୍ରମ କରିଛି। ଭାଜପାର ଏହି ସଫଳତାରେ କର୍ମୀ ସେଲିବ୍ରେଶନ ଆରମ୍ଭ କରିଦେଇଛନ୍ତି। ତେବେ ନିର୍ବାଚନ ପୂର୍ବରୁ ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ପ୍ରସିଦ୍ଧ କବି ମୁନ୍ନଓ୍ବର ରାଣାଙ୍କୁ ନେଇ ଏବେ ଚର୍ଚ୍ଚା ବଢିଛି। ଫଳାଫଳ ଆସିବା ପୂର୍ବରୁ ତାଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡି ଯାଇଛି। ସେ ଗତ ୩ ଦିନ ହେବ ଘରେ ରହି ଚିକିତ୍ସିତ ହେଉଛନ୍ତି। ନିର୍ବାଚନ ଫଳଫଳ ସ୍ପଷ୍ଟ ହେବା କ୍ଷଣି ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।
ସୂଚନାଯୋଗ୍ୟ, ମୁନୱର ରାଣା ଏକ ସାକ୍ଷାତକାର ସମୟରେ କହିଥିଲେ, ଭାଜପା ପୁଣି ଥରେ ରାଜ୍ୟରେ ଆସେ, ତେବେ ମୁଁ ଉତ୍ତରପ୍ରଦେଶରେ ଛାଡିଦେବି। ଏବେ ଯୋଗୀ ପୁଣିଥରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି।

Share