Categories: ଜାତୀୟ

ମୁଙ୍ଗେର ଜିଲାପାଳ, ଏସ୍‌ପି ବିଦା

ପାଟନା, ୩୦ା୧୦:ବିହାରର ମୁଙ୍ଗେରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ସୋମବାର ହିଂସାକାଣ୍ଡ ଘଟି ଢେଲା ଓ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସୁରକ୍ଷାକର୍ମୀଙ୍କ ସମେତ ୧୪ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଗୁରୁବାର ନିର୍ବାଚନ ଆୟୋଗ ଜିଲାପାଳ ରାକେଶ୍‌ ମିନା ଓ ଏସ୍‌ପି ଲିପି ସିଂଙ୍କୁ ତୁରନ୍ତ ବରଖାସ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଘଟଣାର ତଦନ୍ତ ଲାଗି ମଗଧ ଡିଭିଜନାଲ କମିଶନର ଆସଙ୍ଗ୍‌ବା ଚୁବାଙ୍କୁ ନିର୍ବାଚନ ଆୟୋଗ ଦାୟିତ୍ୱ ଅର୍ପଣ କରିଛନ୍ତି। ଏହି ହିଂସାକାଣ୍ଡକୁ ନେଇ ବିକ୍ଷୋଭ ଜାରି ରହିଛି। ଗୁରୁବାର ବିକ୍ଷୋଭକାରୀମାନେ ଏସ୍‌ପି ଅଫିସ ଭଙ୍ଗାରୁଜା କରି ଏକ ପୋଲିସ ପୋଷ୍ଟ ପୋଡ଼ିଦେଇଛନ୍ତି। ଏସ୍‌ଡିଓ ଅଫିସକୁ ମଧ୍ୟ ବିକ୍ଷୋଭକାରୀ ଟାର୍ଗେଟ କରିଛନ୍ତି।

Share