ପୌରପାଳିକା ସଫେଇ କର୍ମଚାରୀଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୧୪ା୭(ସ୍ବ.ପ୍ର.): ବିଭିନ୍ନ ସମସ୍ୟା ନେଇ ଗୁରୁବାର କେନ୍ଦୁଝର ପୌରପାଳିକାର ସଫେଇ କର୍ମଚାରୀମାନେ କାମ ବନ୍ଦ କରି ସକାଳୁ ଅଫିସ ଘେରାଉ କରିଛନ୍ତି।

ଫଳରେ ସହରରେ ସଫେଇ କାମ ବାଧାପ୍ରାପ୍ତ ହୋଇଥିବା ବେଳେ ଚାରିଆଡ଼େ ମଇଳା ଆବର୍ଜନା ଜମା ହୋଇରହିଛି। ଦୀର୍ଘ ବହୁ ବର୍ଷ ଧରି ସଫେଇ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିବା ବହୁ କର୍ମଚାରୀଙ୍କୁ ବାହାର କରିଦେବାକୁ କେତେକ କର୍ମଚାରୀ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଫେଇ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

Share