ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆଗକୁ ପୌର ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପାଇଁ ଇଭିଏମ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରତି ଜିଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ ପରିଚାଳନା ବାବଦରେ ଏକ୍ସପର୍ଟ ତାଲିମ ଦେଉଛନ୍ତି । ତାଲିମ ଶିବିରରେ ଶୁକ୍ରବାର ୧୫ ଜିଲାର ମାଷ୍ଟର ଟ୍ରେନରମାନେ ଯୋଗ ଦେଇଛନ୍ତି । ସେହିପରି ଶନିବାର ୧୫ ଜିଲାର ମାଷ୍ଟରଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥର ପୌର ନିର୍ବାଚନ ନୋଟାର ବ୍ୟବହାର କରାଯାଉଛି। ପ୍ରତି ବୁଥ୍ରେ ୨ଟି ଇଭିଏମ ରହିବ। ରାଜ୍ୟର ୪୮ଟି ପୌର ପରିଷଦ, ୫୯ଟି ଏନଏସି ଓ ୩ଟି ମହାନଗର ନିଗମର ୧୯୩୧ ୱାର୍ଡରେ ୪୫୮୪ ବୁଥ୍ରେ ମତଦାନ ଦେବ ।