ପୌର ନିର୍ବାଚନରେ ୬୫% ମତଦାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ୫୯ ଏନ୍‌ଏସି, ୪୭ ପୌର ପରିଷଦ ଏବଂ ୩ ମହାନଗର ନିଗମରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଛି। ଗୁରୁବାର ସନ୍ଧ୍ୟା ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ବର ମହାନଗର ନିଗମରେ ପାଖାପାଖି ୫୦ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକ ମହାନଗର ନିଗମରେ ୬୫ ପ୍ରତିଶତ ଭୋଟିଂ ହୋଇଛି। ବ୍ରହ୍ମପୁର ମହାନଗର ନିଗମରେ ୪୭ ପ୍ରତିଶତ ମତଦାନ ହୋଇଛି।

ଅନ୍ୟପକ୍ଷେ ନବରଙ୍ଗପୁର ଜିଲା ଉମରେକାଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଭୁଲ ବାଲଟ କାଗଜ ଯୋଗୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ସେଠାରେ ମତଦାନ ବୋଲି ସୂଚନା ମିଳିଛି।

Share