Categories: ଜାତୀୟ

ପଞ୍ଜାବରେ ମ୍ୟୁନିସିପାଲିଟି ନିର୍ବାଚନ: କଂଗ୍ରେସ ଆଗରେ, ଭାଜପା ସବୁଠୁ ପଛରେ

ଚଣ୍ଡିଗଡ,୧୭।୨: ପଞ୍ଜାବ ମ୍ୟୁନିସିପାଲିଟି ନିର୍ବାଚନ ମତଗଣନା ଆରମ୍ଭ ହୋଇଛି। ପଞ୍ଜାବରେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକ ନମ୍ବରରେ, ଅକାଳି ଦଳ ଦ୍ୱିତୀୟ ସ୍ଥାନରେ, ଆମ ଆଦମୀ ପାର୍ଟି ତୃତୀୟ ସ୍ଥାନରେ ଏବଂ ଭାଜପା ଚତୁର୍ଥ ସ୍ଥାନରେ ରହିଛି। ୨୩୦୨ ୱାର୍ଡ ପାଇଁ ମୋଟ ୯,୨୨୨ ପ୍ରାର୍ଥୀ ମୈଦାନରେ ଅଛନ୍ତି। ପ୍ରଥମଥର ପାଇଁ ୨୮୩୨ ସ୍ବାଧୀନ ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୨୦୩୭ଟି ଶାସକ କଂଗ୍ରେସ ଏବଂ ୧୫୬୯ ଜଣ ଅକାଳୀ ଦଳରୁ ଆସିଛନ୍ତି। ଭାଜପା ଟିକେଟରେ ୧୦୦୩ ପ୍ରାର୍ଥୀ, ଏଏପି ତରଫରୁ ୧୬୦୬ ଏବଂ ବିଏସପିର ୧୬୦ ଜଣ ପ୍ରାର୍ଥୀ ଅଛନ୍ତି।

Share