କୋରାପୁଟ,୬।୩(ସ୍ବ.ପ୍ର.): କୋରାପୁଟ ଜିଲାରେ ପୌରା ନିର୍ବାଚନ ପାଇଁ ଶୁକ୍ରବାର ଓ ଶନିବାର ୨୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶୁକ୍ରବାର କଂଗ୍ରେସରୁ ୪, ଭାଜପାରୁ ଜଣେ ଓ ବିଏସ୍ପିରୁ ଜଣେ ଏପରି ମୋଟ ୬ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶନିବାର କଂଗ୍ରେସରୁ ୯ ଜଣ, ଭାଜପାରୁ ୬ ଜଣ ଓ ୩ ଜଣ ସ୍ବାଧୀନ ପ୍ରାର୍ଥୀ ଏପରି ମୋଟ ୧୮ଜଣ ସେମାନଙ୍କ ପ୍ରାର୍ଥିପତ୍ର ଉପଜିଲାପାଳ ଲଳିତ କୁମାର କହଁରଙ୍କ ନିକଟରେ ଦାଖଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ସମୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ ା ସେହିପରି ଭାଜପା ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ସମୟରେ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ ା ବର୍ତ୍ତମାନ ସୁଦ୍ଧା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଆସନ ପାଇଁ କେହି ହେଲେ ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। ଆସନ୍ତା ୭ ନାମାଙ୍କନ ଦାଖଲର ଶେଷ ଦିବସ। ଏହି ଦିନ ବିଜେଡି ପକ୍ଷରୁ ଅଧ୍ୟକ୍ଷ ସମେତ ସମସ୍ତ ୨୧ ୱାର୍ଡ ପାଇଁ କାଉନସିଲର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।