ଛତ୍ରପୁରକୁ ମୁନିସିପାଲିଟି ମାନ୍ୟତା: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ

ଛତ୍ରପୁର,୨୬।୯(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ମାନ୍ୟତା ଘୋଷଣା କରିବା ପାଇଁ ବିଭାଗ ତରଫରୁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ବିଧାନସଭାରେ ପ୍ରଶ୍ନ କରିଛନ୍ତି।
ସେହିପରି  ଏହା କେବେ ଘୋଷିତ ହେବ ବୋଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ପଚାରିଥିଲେ। ଏହାର ଉତ୍ତରରେ କହିଛନ୍ତି ଯେ, ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସଂଲଗ୍ନ ଥିବା କେତେକ ଗ୍ରାମକୁ ମିଶାଯାଇ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ ନିମନ୍ତେ ଏକ ପ୍ରସ୍ତାବ ଏହି ବିଭାଗରେ ହସ୍ତଗତ ହୋଇଅଛି। ଇତ୍ୟବସରରେ ରାଜ୍ୟ ସରକାର ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି ସଂକ୍ରାନ୍ତୀୟ ଅଧୂସୂଚନା ପ୍ରକାଶ କରିଛନ୍ତି । ଅଧୂସୂଚିତ ନୀତିର ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ ପ୍ରସ୍ତାବରେ ସୂଚିତ ଗ୍ରାମାଞ୍ଚଳକୁ ସହରାଞ୍ଚଳ ଘୋଷଣା ନିମନ୍ତେ ତର୍ଜ୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।