ପରିଧାନ ସମ୍ପର୍କରେ ଜାଣିନି ପୌରପାଳିକା

ଅନୁଗୋଳ ଅଫିସ, ୪।୪: ଅନୁଗୋଳ କୋର୍ଟ ସମ୍ମୁଖ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାର୍ଟ, ପ୍ୟାଣ୍ଟ ଓ ବୁଟ୍‌ ପିନ୍ଧା ନବନିର୍ମିତ ପ୍ରତିମୂର୍ତ୍ତି ତ୍ରୁଟିପୂର୍ଣ୍ଣ ବୋଲି ଅନୁଗୋଳ ପୌର କର୍ତ୍ତୃପକ୍ଷ ସୋମବାର ସ୍ବୀକାର କରିଛନ୍ତି। ଏପରି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିବା ସହ ତ୍ରୁଟିରେ ସୁଧାର ଅଣାଯିବ ବୋଲି ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ସ୍ପଷ୍ଟୀକରଣରେ ପ୍ରକାଶ କରିଛନ୍ତି। ତେବେ ବରପୁତ୍ରମାନଙ୍କ ସଂଗ୍ରହ କରାଯାଇଥିବା ଆବକ୍ଷ ପ୍ରତିଛବିରେ ସେମାନଙ୍କ ସମ୍ପୂର୍ଣ୍ଣ ପୋଷାକ ସମ୍ପର୍କରେ ସୂଚନା ନ ଥିବା ବିଷୟ ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯିବା ଉକ୍ତ ବିବାଦକୁ ଅଧିକ ତେଜିଛି। ବରପୁତ୍ରମାନଙ୍କ ପୋଷାକ ସମ୍ପର୍କରେ ପୌରପାଳିକା ଅଜ୍ଞ ବୋଲି କୁହାଯିବାକୁ ନେଇ ଜିଲାର ବୁଦ୍ଧିଜୀବୀ ଚକିତ ହୋଇଥିବା ବେଳେ ଏପରି ସ୍ପଷ୍ଟୀକରଣକୁ ସାଧାରଣରେ ନାପସନ୍ଦ କରାଯାଇଛି।
ପ୍ରକାଶ ଯେ, ଓଡ଼ିଶା ଦିବସ ଓ ଅନୁଗୋଳ ଜିଲା ପ୍ରତିଷ୍ଠାର ୩୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବାକୁ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନେକ ଯୋଜନା ହୋଇଥିଲା। ସେଥିମଧ୍ୟରୁ ସହରରେ ଥିବା ଗୋପବନ୍ଧୁ ପାର୍କରେ ୧୧ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। କିନ୍ତୁ ଧୋତି ଓ କୁର୍ତ୍ତା ପରିବର୍ତ୍ତେ ଶାର୍ଟ, ପ୍ୟାଣ୍ଟ, ବୁଟ୍‌ ପିନ୍ଧା ନବକୃଷ୍ଣ ଚୌଧୁରୀଙ୍କ ପ୍ର୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ନବକୃଷ୍ଣଙ୍କ ଝିଅ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ସହ ଜିଲାର ଅନେକ ବୁଦ୍ଧିଜୀବୀ, ସଚେତନ ନାଗରିକ ପୌରପାଳିକାର ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ। ସାଧାରଣରେ କଡ଼ା ସମାଲୋଚିତ ପୌର କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଏକ ମହତ ଉଦ୍ଦେଶ୍ୟ ରଖି ଜିଲାର ବରପୁତ୍ରମାନଙ୍କ ପୂର୍ଣ୍ଣ ଅବୟବ ପ୍ରତ୍ତିମୂର୍ତ୍ତି ଗୋପବନ୍ଧୁ ଉଦ୍ୟାନରେ ସ୍ଥାପନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ସମସ୍ତ ବରପୁତ୍ରମାନଙ୍କ ଆବକ୍ଷ ପ୍ରତିଛବି ସଂଗ୍ରହ କରାଯାଇଥିଲା, ଯେଉଁଥିରେ ସେମାନଙ୍କ ସମ୍ପୂର୍ଣ୍ଣ ପରିଧାନର ସୂଚନା ନ ଥିଲା। ଜିଲାର ଅନେକ ବୁଦ୍ଧିଜୀବୀଙ୍କ ପରାମର୍ଶ ନିଆଯାଇଥିଲେ ମଧ୍ୟ ଏ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନ ଥିଲା। ଫଳରେ କେତେଜଣ ବରପୁତ୍ରଙ୍କ ପରିଧାନ ଧୋତି, କୁର୍ତ୍ତା ବଦଳରେ ଭୁଲବଶତଃ ପ୍ୟାଣ୍ଟ ଓ କୋଟ୍‌ କରାଯାଇଥିଲା। ପରେ ଏ ବିଷୟରେ ସୂଚନା ମିଳିବାରୁ ପୌର ପରିଷଦ ତରଫରୁ ତ୍ରୁଟି ସଂଶୋଧନ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି।
ଏ ସମ୍ପର୍କରେ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଛନ୍ତି, ଓଡ଼ିଶା ଦିବସ ପୂର୍ବଦିନ ବାପିଙ୍କୁ କୋଟ୍‌ ଓ ବୁଟ୍‌ ପିନ୍ଧାଯାଇଥିବା ଫଟୋ ଦେଖିବା ପରେ ଚକିତ ହୋଇଯାଇଥିଲି। ପୌରପରିଷଦ ବରପୁତ୍ରଙ୍କୁ ଏପରି ଅବମାନନା କରିବା ଅପେକ୍ଷା ପ୍ରତିମୂର୍ତ୍ତି ପ୍ରତିଷ୍ଠା ନ କରିଥିଲେ ଭଲ ହୋଇଥାନ୍ତା। ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଜ୍ୟ ସଂଯୋଜକ ସୂର୍ଯ୍ୟନାରାୟଣ ନାଥ କହିଛନ୍ତି, ଜଣେ ମହାନ୍‌ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ପ୍ରଶାସନ ବିକୃତ ରୂପ ଦେବା ଦୁର୍ଭାଗ୍ୟର କଥା। ଉତ୍କଳ ସମ୍ମିଳନୀ ଅନୁଗୋଳ ଜିଲା ଶାଖା ସଭାପତି ପ୍ରାଧ୍ୟାପକ ବିଶ୍ବରଞ୍ଜନ ପ୍ରଧାନ କହିଛନ୍ତି, ପୌରପରିଷଦ ତୁରନ୍ତ ତ୍ରୁଟି ସଂଶୋଧନ କରି ସ୍ବାଧୀନତା ସଂଗ୍ରାମୀଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରୁ। ଅନୁଗୋଳ ପୌର ପରିଷଦ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ନିର୍ମାଣ ହୋଇଥିବା ୧୧ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରାଯାଇନାହିଁ। ତ୍ରୁଟି ଜଣାପଡ଼ିଥିବାରୁ ୭ ଦିନ ମଧ୍ୟରେ ସଂଶୋଧନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri