ମୁନିଗୁଡ଼ା,୫।୮(ଡି.ଏନ୍.ଏ.): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଲକ୍ଡାଉନ ଓ ଶଟ୍ଡାଉନ ଲାଗୁ ହେଉଛି। ଯାହାଫଳରେ ସଂକ୍ରମଣକୁ ରୋକାଯାଇ ପାରିବ। ତେବେ ରାୟଗଡା ଜିଲରେ ଗତ କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ମୁନିଗଡ଼ା ବ୍ଲକ ଅମ୍ଲାଭଟ୍ଟା ପଞ୍ଚାୟତକୁ ସରପଞ୍ଚ ତିରୁପତି ମିର୍ଧା ୩ଦିନ ପାଇଁ ଶଟ୍ଡାଉନ ଘୋଷଣା କରିଛନ୍ତି। ଜିଲାର ଚନ୍ଦ୍ରପୁର ବ୍ଲକ ବ୍ୟତୀତ ଅନ୍ୟ ୧୦ଟି ବ୍ଲକ୍ରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।
ସେହିଭଳି ମୁନିଗୁଡା ବ୍ଲକରେ ଏପର୍ଯ୍ୟନ୍ତ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ ଅମ୍ଲାଭଟ୍ଟା ପଞ୍ଚାୟତରେ ୧୨ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ୭୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଶଟ୍ଡାଉନ୍ ସମୟରେ ଜରୁରୀ ସେବା ଜାରି ରହିବ । ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, ରାୟଗଡା