‘ମୁନ୍ନୀ ବଦନାମ୍‌ ହୁଇ…’ ଫରହା ଖାଁଙ୍କ ପାଇଁ ଆଣିଥିଲା ଖ୍ୟାତି

ମୁମ୍ବାଇ,୯।୧: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁଙ୍କୁ ଶନିବାର ୫୫ ବର୍ଷ ପୂରଣ ହୋଇଛି। ସେ ୫୬ ବର୍ଷରେ ପାଦ ଦେଇଛନ୍ତି। ୧୯୬୫ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଶିଲା କି ଜବାନୀ, ମୁନ୍ନୀ ବଦନାମ୍‌ ହୁଇ ଭଳି ଗୀତରେ କୋରିଓଗ୍ରାଫି ଦେଇ ସେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଶିରିଶ କୁନ୍ଦେରଙ୍କ ସହିତ ଦୀର୍ଘଦିନ ଡେଟିଂ କରିବା ପରେ ଫରହା ତାଙ୍କୁ ବିବାହ କରିଥିଲେ। ତେବେ ଫରହାଙ୍କ ଭଲ ପାଉଥିବା କହିବା ପାଇଁ ଶିରିଶଙ୍କୁ ଲାଗିଥିଲା ଅନେକ ଦିନ। ଏକ ପାର୍ଟିରେ ଶିରିଶ ମଦ୍ୟପାନ କରି ଫରହାଙ୍କ ପାଖରେ ଟଳମଳ ହୋଇ ପହଞ୍ଚତ୍ଥିଲେ। ତାଙ୍କର ଏପରି ଅବସ୍ଥା ଦେଖି ଫରହା ବ୍ୟସ୍ତ ହୋଇଥିଲେ। ତେବେ ଶିରିଶ ତାଙ୍କୁ ଭଲ ପାଉଥିବା କହିଥିଲେ। ଦୁହିଁଙ୍କ ଲଭ୍‌ ଷ୍ଟୋରୀକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ପରେ ଦୁହେଁ ୨୦୦୪ରେ ବିବାହ କରିଥିଲେ।

Share